ମାନ ଅଭିମାନ ସବୁ ଭାଙ୍ଗିଲା କାଳିଆ, ଗଡ଼ିଲା ନନ୍ଦିଘୋଷ ରଥ…

ତା’ ନିର୍ଦ୍ଦେଶରେ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ହୋଇଛି । ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ।

17FF

KANAK NEWS

କନକ ବ୍ୟୁରୋ: ମାନ ଅଭିମାନ ସବୁକିଛି ଭାଙ୍ଗିଲା ମନୁଆ ଠାକୁର । ଗତକାଲିଠାରୁ ସିଂହଦ୍ବାର ପାଖେ ମନଊଣା କରି ବସିଥିବା କାଳିଆ ସୁନାର ନନ୍ଦିଘୋଷ ରଥ ଆଜି ପୁଣି ଘରଘର ନାଦ କରି ଗଡ଼ିବା ଆରମ୍ଭ କରିଛି । ତା’ ନିର୍ଦ୍ଦେଶରେ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ହୋଇଛି । ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରେ ପୁଣି ରଥ ଟାଣୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍‌ ଛକରୁ ଆଗେଇ ଚାଲିଛି । 

ସେପଟେ ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଥିଲା । ଝିପିଝିପି ବର୍ଷା ସତ୍ତ୍ବେ ବି ସାରାରାତି ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe