କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମଚୈତନ୍ୟରେ ବିଲୀନ ହୋଇଛନ୍ତି ମାତୃଶକ୍ତି । ବ୍ରହ୍ମତ୍ବରେ ସ୍ତ୍ରୀତ୍ବ ଏବଂ ପୁରୁଷତ୍ବର ପରିକଳ୍ପନା ଅସମ୍ଭବ । ସକଳ ଜଗତ ହେଉଛି ମହାଶକ୍ତିର ପରିପ୍ରକାଶ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ରୀତିନୀତି ଓ ବିଧି ବିଧାନରେ ମାତୃକା ଉପାସନାର ପରମ୍ପରା ପ୍ରଚଳିତ । ଶକ୍ତି ପୂଜାର ପ୍ରଥା ବହୁ ପ୍ରାଚୀନ । ଅନନ୍ତ ମାତୃଶକ୍ତିର ପ୍ରତିନିଧିତ୍ବ କରନ୍ତି ଆଦିମାତା ମହାମାୟା ଦୁର୍ଗା । 

Advertisment
Rath
Rath Photograph: (google)

ଜଗତମାତା ବିବିଧ କାୟା ଧାରଣ କରି ଉପାସିତା ହେଉଛନ୍ତି । ଭକ୍ତର ଭାବ , ସାଧକର ତପସ୍ୟା ଓ ଜ୍ଞାନୀର ଅଭିଳାଷାରେ ବ୍ରହ୍ମ ଉପଲବ୍ଧିର ବହୁ ପଥ ଓ ବହୁ ମତ ଉନ୍ମୋଚିତ ହୋଇଛି । ମନୁଷ୍ୟ ସମାଜ , ପ୍ରକୃତି ଓ ପୃଥିବୀ ମାତାକୁ ପୂଜା କରିବାକୁ ଆରମ୍ଭ କରିବା ସମୟରୁ ହିଁ ଶକ୍ତିପୂଜାର ଉପାସନା ହେଉଛି । ଉପାସନାର ମାର୍ଗ ରୂପେ ମନ୍ତ୍ର , ମୁଦ୍ରା, ମୂର୍ତ୍ତି, ଯନ୍ତ୍ର, ତନ୍ତ୍ର ଉପଚାର ଆଦି ପରିକଳ୍ପିତ ହୋଇଛି । ମନ , ହୃଦୟ ଓ ଆତ୍ମାକୁ ଯେଉଁ ଶବ୍ଦ ସମୂହ ତ୍ରାଣ କରେ ତାହା ହିଁ ମନ୍ତ୍ର । ମାତୃକା ହିଁ ସମସ୍ତ ମନ୍ତ୍ରର ମୂଳ ଆଧାର । ସୃଷ୍ଟି,ସଂଚାଳନ ଓ ସଂହାର ଶ୍ରୀଜଗନ୍ନାଥଙ୍କ ମହାଶକ୍ତିରେ ପରିଚାଳିତ । ମା’ ଦୁର୍ଗା ଓ ଶ୍ରୀଜଗନ୍ନାଥଙ୍କ ମିଳିତ ସତ୍ତାର ଶକ୍ତିରୂପ ହେଉଛନ୍ତି ଶ୍ରୀଦୁର୍ଗାମାଧବ । 

Devi-Adishakti
Devi-Adishakti Photograph: (google)

ମା’ ଦୁର୍ଗା ହିଁ ମହାକାଳୀ,ମହାଲକ୍ଷ୍ମୀ,ମହା ସରସ୍ବତୀ ଭାବରେ ପ୍ରକଟିତ । ଆଦିଶକ୍ତିଙ୍କର ବିଭିନ୍ନ ରୂପକୁ ନେଇ ସପ୍ତମାତୃକା ପୂଜା ଅନୁଷ୍ଠିତ ହୁଏ । ଏହି ଶକ୍ତିରେ ସପ୍ତଦେବତାଙ୍କ ଶକ୍ତି ନିହିତ । ବ୍ରହ୍ମା, ବିଷ୍ଣୁ, ମହେଶ୍ବର, ନୃସିଂହ, ବରାହ, କାର୍ତ୍ତିକେୟ ଆଦି ଦେବତାମାନଙ୍କ ଶକ୍ତିମାନେ ହେଉଛନ୍ତି ବ୍ରାହ୍ମୀ, ବୈଷ୍ଣବୀ, ମାହେଶ୍ବରୀ, ନରସିଂହା, ବରାହୀ ଓ କୌମାରୀ । ଓଡ଼ିଆ ଜାତିର ପ୍ରାଣଦେବତା ଶ୍ରୀଜଗନ୍ନାଥଙ୍କୁ ତନ୍ତ୍ରାଚାର୍ଯ୍ୟମାନେ ପ୍ରଥମା ମହାବିଦ୍ୟା ଦକ୍ଷିଣକାଳୀ ରୂପେ ପୂଜା କରନ୍ତି । ଆଦିମାତା ତନ୍ତ୍ରଶାସ୍ତରେ ଆଦ୍ୟଶକ୍ତି ମହାମାୟା ଭାବରେ ଅଧିଷ୍ଠିତ । ଶ୍ରୀଜଗନ୍ନାଥ ଯେପରି ଶୂନ୍ୟରୂପ , ମା’ଦକ୍ଷିଣକାଳୀ ହେଉଛନ୍ତି ସେହିପରି ଶୂନ୍ୟରୂପା ।