କନକ ବ୍ୟୁରୋ: ପୁରୀ ମେଡିକାଲରେ ଅସମ୍ଭାଳ ସ୍ଥିତି । ୬୦୦ରୁ ଅଧିକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରଥଟଣା ସମୟରେ ଦଳାଚକଟା ଏବଂ ଅଣନିଶ୍ବାସୀ ହୋଇ ଅଧିକାଂଶ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କିଛି ଭକ୍ତ ସମୁଦ୍ରରେ ଗାଧୋଇବା ବେଳେ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ଅଧିକାଂଶ ମହିଳା ବୟସ୍କ ବ୍ୟକ୍ତି ଅଛନ୍ତି । ପ୍ରତି ୫ ମିନିଟରେ ବଡ଼ଦାଣ୍ଡରୁ ଆମ୍ବୁଲାନ୍ସ ଯୋଗେ ଶ୍ରଦ୍ଧାଳୁଙ୍କୁ ମେଡିକାଲକୁ ନିଆଯାଇଥିଲା ।
ଗୋଟେ ପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଅନ୍ୟପଟେ ରଥଟଣାରେ ବିଳମ୍ବ ଯୋଗୁ ଏଭଳି ଅଘଟଣ ଘଟିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଚଳିତ ବର୍ଷ ରଥଯାତ୍ରାରେ ୨୦୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହିତ ୧୩୦୦ ଅଧିକାରୀ ପୁରୀ ବଡ଼ଦାଣ୍ଡରେ ନିୟୋଜିତ ହୋଇଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ସମେତ ଓଡ଼ିଶାର ବିଭିନ୍ନ ମେଡିକାଲରୁ ୩୦୦ଜଣ ଡାକ୍ତର ଓ କର୍ମଚାରୀ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/06/27/42ss-2025-06-27-22-28-12.jpg)