ବଡଦାଣ୍ଡରେ ଅଟକିଲେ ତିନିଠାକୁର ! ମାର୍କେଟ୍ ଛକରେ ନନ୍ଦିଘୋଷ, ପଟିଆରାଣି ମନ୍ଦିର ପାଖରେ ଦେବଦଳନ, ବଳଗଣ୍ଡି ଛକରେ ରହିଛି ତାଳଧ୍ୱଜ ରଥ

27

କନକ ବ୍ୟୁରୋ: ବଡଦାଣ୍ଡରେ ଅଟକିଛନ୍ତି ବଡଠାକୁର । ପୁରୀ ମାର୍କେଟ୍ ଛକ ନିକଟରେ ଅଟକି ରହିଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରଥ ଉପରେ ଚତୁର୍ଦ୍ଧା ମୁର୍ତ୍ତି ଥିବାବେଳେ ତଳେ ଅଛନ୍ତି ଅସଂଖ୍ୟ ଶ୍ରଦ୍ଧାଳୁ । ପଟିଆରାଣି ମନ୍ଦିର ନିକଟରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ବଳଗଣ୍ଡି ଛକ ନିକଟରେ ରହିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ ।

ଆଜି ସକାଳୁ ପୁଣି ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ । ଗତକାଲି ପାଗ ଅନୁକୁଳ ଥିବାରୁ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଭିଡ ଜମିଛି ଶ୍ରୀକ୍ଷେତ୍ରରେ । ରାଜ୍ୟର କୋଣ ଅନୁକୋଣ ଓ ଦେଶର ବିଭିନ୍ନ ପ୍ରାନ୍ତରୁ କାଳିଆ ଠାକୁରଙ୍କୁ ରଥ ଉପରେ ଦେଖିବାକୁ ଗହଳି ଜମିଛି । ଏଥି ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –