କେବଳ ଶ୍ରୀକ୍ଷେତ୍ର ପୁରୀ ନୁହଁ ଭାରତର ଏହି ସ୍ଥାନରେ ୫୦୦ ବର୍ଷ ଧରି ପାଳନ କରାଯାଉଛି ଶ୍ରୀଜିଉଙ୍କ ରଥଯାତ୍ରା !

କେବଳ ଶ୍ରୀକ୍ଷେତ୍ର ପୁରୀ ନୁହଁ ଭାରତର ଏହି ସ୍ଥାନରେ ୫୦୦ ବର୍ଷ ଧରି ପାଳନ କରାଯାଉଛି ଶ୍ରୀଜିଉଙ୍କ ରଥଯାତ୍ରା !

ରଥଯାତ୍ରା କହିଲେ ଶ୍ରୀକ୍ଷେତ୍ର ପୁରୀର କଥା ସର୍ବାଗ୍ରେ ମନରେ ଆସେ । ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା କାହିଁ କେଉଁ କାଳରୁ ଜଗନ୍ନାଥଧାମ ପୁରୀରେ ଅନୁଷ୍ଠିତ ହୋଇଆସୁଛି ତେବେ ଆପଣ କ’ଣ ଜାଣିଛନ୍ତି ଦୀର୍ଘ ୫୦୦ ବର୍ଷ ଧରି ଭାରତର ଆଉ ଏକ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ କରାଯାଉଛି ତେବେ ଏହି ସ୍ଥାନଟି ହେଉଛି ଛତିଶଗଡର ରାୟପୁର ।

publive-image

ଏଠାରେ ମଧ୍ୟ ଶ୍ରୀଜିଉଙ୍କ ପ୍ରସିଦ୍ଧ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୁଏ । ରଥଯାତ୍ରାରେ ରଥଦଉଡିକୁ ଟାଣିବାର ସୌଭାଗ୍ୟ ଭକ୍ତମାନେ କେବେ ବି ଭୁଲନ୍ତି ନାହିଁ ଏବଂ ଭିଡ କାରଣରୁ ମଉକା ନ ମିଳିଲେ ମଧ୍ୟ ରଥଦଉଡିକୁ ଛୁଇଁବା ପାଇଁ ଭକ୍ତ ଚେଷ୍ଟା କରିଥାନ୍ତି ।

publive-image

ଓଡିଶାରୁ ଆସନ୍ତି କାରିଗର :

ଶ୍ରଦ୍ଧାଳୁଙ୍କ ମାନ୍ୟତା ରହିଛି କି ଶ୍ରୀଜିଉଙ୍କ ରଥଦଉଡିକୁ ଟାଣିଲେ ପାପରୁ ମୁକ୍ତି ମିଳେ ଏବଂ ପୂଣ୍ୟ ପ୍ରାପ୍ତ ହୁଏ । ରଥଯାତ୍ରା ପାଇଁ ସମ୍ପୁର୍ଣ୍ଣ ମନ୍ଦିରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ଦିଅଁଙ୍କୁ ନଗରଭ୍ରମଣ ମଧ୍ୟ କରାଯାଏ । ରଥଯାତ୍ରା ଅବସରରେ ଓଡିଶାରୁ ଛତିଶଗଡ କାରିଗର ଯାଇଥାନ୍ତି ଏବଂ ରଥଯାତ୍ରା ଦୁଇ ଦିନ ପୂର୍ବରୁ ହିଁ ରଥ ପ୍ରସ୍ତୁତ କରିଥାନ୍ତି । ରଥଯାତ୍ରା ଦିନ ନଗର ପରିକ୍ରମା ପରେ ପୁରୁଣା ବସ୍ତୀର ମୁଖ୍ୟମାର୍ଗରେ ଶ୍ରୀଜିଉଙ୍କ ଚତୁର୍ଦ୍ଧାମୁରତିକୁ ଭକ୍ତଙ୍କ ଦର୍ଶନ ପାଇଁ ୯ ଦିନ ରଖାଯାଏ ଏବଂ ୯ ଦିନ ପର୍ଯ୍ୟନ୍ତ ଠାକୁରଙ୍କୁ ବିଶେଷ ଭୋଗ ଲାଗି ହୁଏ । ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ । ମାନ୍ୟତା ରହିଛି ଯେ ଏହି ଭୋଗ ପ୍ରସାଦ ଦ୍ୱାରା ବ୍ୟକ୍ତି ବର୍ଷ ସାରା ନିରୋଗ ରହିଥାଏ । ରାୟପୁରରେ ପୁରୁଣା ବସ୍ତିକୁ ଛାଡିଦେଲେ ଅବନ୍ତି ବିହାର , ସଦରବଜାର , ଆମାପାରା , ଶାସ୍ତ୍ରୀ , ବଜାର ବସ୍ ଟାଲ୍ , ଲିଲି ଚୌକ ଏବଂ ବୁଢିୟାରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ବାହାର କରାଯାଏ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe