କରୋନା କଟକଣା ଭିତରେ ଆଗେଇ ଚାଲିଛି ରଥକାମ । ତିନି ରଥର ୪୨ରୁ ୪୦ ତୁମ୍ବର ବିନ୍ଧ କାମ ଶେଷ

Advertisment
କରୋନା କଟକଣା ଭିତରେ ଆଗେଇ ଚାଲିଛି ରଥକାମ । ତିନି ରଥର ୪୨ରୁ ୪୦ ତୁମ୍ବର ବିନ୍ଧ କାମ ଶେଷ

କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଏହା ଭିତରେ ଚକ କାମ ଅଧାଅଧି ଶେଷ ହେଲାଣି। ସେ ପଟେ ପୋଟଳ ଓରା, ପୋଟଳ ପାରେଣି, ଭୂଇଁ ଖମ୍ବି କାମ ବି ଆଗେଇ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଗତକାଲି ସୁଦ୍ଧା ତିନି ରଥର ମୋଟ ୪୨ ତୁମ୍ବରୁ ୪୦ଟି ତୁମ୍ବର ବିନ୍ଧ କାମ ‌ଶେଷ ହୋଇଛି। ବାକି ୨ଟି ତୁମ୍ବର ବିନ୍ଧ କାମ ଆଗେଇ ଚାଲିଛି। ଶୁକ୍ରବାର ଚକଡ଼େରା ଅନୁକୂଳ ସହ ୬ଟି ଚକ ସହ ଅଖ ସଂଯୋଗ କରାଯାଇଥିଲା। ଆଜି ଆଉ ୯ଟି ଚକ କାମ ଶେଷ ହୋଇଛି। ଏହି ଭଳି ମୋଟ ୧୫ଟି ଚକ କାମ ସମ୍ପୂର୍ଣ୍ଣ ହୋଇଛି। ୬ ଚକକୁ ବାଦ୍‌ ଦେଲେ ବାକି ୯ ଚକରେ ଅଖ ସଂଯୋଗ କରାଯାଇ ଚକଡ଼େରା ହେବ। ଆଜିଠାରୁ ଅନ୍ୟାନ୍ୟ ଚକ କାମ କରାଯିବ। ଏହା ଭିତରେ ୮ଟି ଭୂଇଁ ଖମ୍ବି କାମ ଶେଷହୋଇଛି।

ସେପଟେ କମାରଶାଳରେ ଅରକଣ୍ଟା ସହ ପନ୍ଦାରି ବଳା, ପନ୍ଦାରି ଚାବି ଆଦି କାମ ଆଗେଇ ଚାଲିଛି। ରୂପକାର ସେବକମାନେ ଗୁଜରେ ନାନାଦି ଚିତ୍ର ଖୋଦେଇ କାମକୁ ଆଗେଇ ନେଇଛନ୍ତି। ଏହା ଭିତରେ କୋଣଗୁଜ, ଜଳଯନ୍ତ୍ର ଆଦି କାମ ଆଗେଇ ଚାଲିଛି। ଭୋଇ ସେବକମାନେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଇ ଦେଇଛନ୍ତି। ପର୍ଯ୍ୟାୟକ୍ରମେ ଯନ୍ତାଗାଡ଼ରେ ଯନ୍ତାବାଡ଼ିଆ କାମ ବି ଆଗେଇ ଚାଲିଛି। ତୁମ୍ବ ସହ ଅର ଓ ପଇ ସଂଯୋଗ କାମ ପର୍ଯ୍ୟାୟକ୍ରମେ ଆଗେଇ ଚାଲିଛି। ସେପଟେ ରଥ ନିର୍ମାଣରେ ସଂପୃକ୍ତ ସେବକଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବି ଗତକାଲି କରାଯାଇଛି। ରଥ ନିର୍ମାଣ ପୂର୍ବରୁ ଆଜି ସମସ୍ତଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe