ଚକ୍ରରାଜ ସୁଦର୍ଶନଙ୍କ ପରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ପହଣ୍ଡିରେ ପ୍ରଭୁ ବଳଦେବ । ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳିରେ ଝୁଲିଝୁଲି ଆସିଲେ ବଡ଼ଠାକୁର

103

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରର ରତ୍ନବେଦୀ ଛାଡି କାଳିଆ ଠାକୁର ଭାଇ ଏବଂ ଭଉଣୀଙ୍କୁ ସାଥିରେ ଘେନି ଚାଲିଆସନ୍ତି ବଡଦାଣ୍ଡକୁ । ଆଉ ଜଗତରନାଥ ଜଗନ୍ନାଥଙ୍କୁ ଟିକିଏ ମନ ଭରି ଦେଖିବା ପାଇଁ ଭକ୍ତମାନେ ବି ଚାତକ ଭଳି ଚାହିଁ ରହିଛନ୍ତି ।

ନିର୍ଦ୍ଧାରିତ ସମୟଠାରୁ ପାଖାପାଖି ଏକ ଘଂଟା ପୂର୍ବରୁ ହିଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଥିଲା ଚତୁର୍ଧାମୂରତିଙ୍କ ନୀତିକାନ୍ତି । ପାରମ୍ପାରିକ ଭାବେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନରେ ସ୍ଥାପନା କରାଯିବା ପରେ ବଡ ଭାଇ ତଥା ପ୍ରଭୁ ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଛି ।

 

ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ଅଣାଯାଇଛି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ରଥାରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ଲାଗି ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି ।