କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନର ଶୁଶାଣି ଜାରି ରହିଛି । ଜଣିକିଆ ଖଣ୍ଡପୀଠ ଆଜି ଉଭୟ ପକ୍ଷର ଦଲିଲ ଶୁଣିବା ପରେ ପୁନର୍ବିଚାର ଆବେଦନର ଶୁଣାଣି ହେବ ନା ନାହିଁ ତାଉପରେ ନିଷ୍ପତି ନେଇଛନ୍ତି । ତେବେ ମହାପ୍ରଭୁଙ୍କ ରଥଯାତ୍ରାକୁ ଜଣିକିଆ ଖଣ୍ଡପୀଠରେ ସବୁଜଦ ସଂକେତ ମିଳିବା ପରେ ଏହାର ଚୂଡାନ୍ତ ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ । ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ସୁପ୍ରିମକୋର୍ଟରେ ପହଂଚିଛି ପୁନର୍ବିଚାର ପାଇଁ ୨୦ରୁ ଅଧିକ ମାମଲା ।

Advertisment

ଗୁରୁବାର ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ଆସିବା ପରେ ୨୦ରୁ ଅଧିକ ରିଭ୍ୟୁପିିଟିସନ୍ ଦାଖଲ ହୋଇଛି । ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ? ବଡଦାଣ୍ଡରେ ରଥ ଗଡିବ ନା ନାହିଁ? ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗତ ୪ ଦିନ ହେଲା ସାଢେ ଚାରିକୋଟି ଓଡିଆ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଏହି ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏହି ଦ୍ୱନ୍ଦ୍ୱ ଆଜି ଆଉ କିଛି ସମୟ ପରେ ଦୂର ହେବ । ରଥଯାତ୍ରା ଆୟୋଜନ ନେଇ ହୋଇଥିବା ରିଭ୍ୟୁ ପିଟିସନ୍ର ଆଜିି ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ ।

ସେପଟେ, ସୁପ୍ରିମକୋର୍ଟରେ ହୋଇଥିବା ପୁନର୍ବିଚାର ଆବେଦନର ଶୁଣାଣିବେଳେ ରାଜ୍ୟ ସରକାର କହିଛନ୍ତି ଆଇନ ଅନୁଯାୟୀ ନିଆଯିବ ଅନୁକୂଳ ପଦକ୍ଷେପ । ଗଜପତି ମହାରାଜା ରଥଯାତ୍ରାକୁ ନେଇ ଯେଉଁ ଅନୁରୋଧ କରିଛନ୍ତି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇନଗତ ପଦକ୍ଷେପ ନେବେ ବୋଲି ଆଇନ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ, ୧୮ତାରିଖର ଶୁଣାଣି ବେଳେ କଣ ଘଟିିଥିଲା ସେ ନେଇ ସ୍ପଷ୍ଟିକରଣ ରଖିଛି ରାଜ୍ୟ ଆଇନ ବିଭାଗ । ଲକ୍ଷାଧିକ ଭକ୍ତ ସମାଗମ ନେଇ ଆପାତତଃ ଶୁଣାଣି ହୋଇଥିବା ନେଇ ଉଲେଖ କରାଯାଇଛି । ସୁପ୍ରିମକୋର୍ଟରେ ଯେଉଁ ମାମଲା ଦାୟର ହୋଇଥିଲା, ସେଥିରେ ଦର୍ଶାଯାଇଥିଲା ରଥଯାତ୍ରାବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

ହେଲେ ବର୍ତମାନର ପ୍ରଶ୍ନ ହେଉଛି , ରଥଯାତ୍ରା ହେବ କି ନାହିଁ? ଯଦି ରଥଯାତ୍ରା ହେବ କଟକଣା ସହ ହୋଇ ପାରିବ କି? ୧୮ ତାରିଖର ଶୁଣାଣିବେଳେ ଯେଉଁ ଦିଗକୁ ଗୁରୁତ୍ୱ ଦେଇଥିଲେ ସେଦିଟି ହେଉଛି ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ । ରାଜ୍ୟ ସରକାରଙ୍କ ମତ ହେଉଛି ପ୍ରାୟ ପାଂଚ ଲକ୍ଷ ପ୍ରବାସୀ ଓଡିଆ ଓଡିଶାକୁ ଫେରିଛନ୍ତି । ସେମାନଙ୍କ କ୍ୱାରେଂଟିନ ଅବଧି ଜୁନ୍ ମାସ ଶେଷ ସୁଦ୍ଧା ଶେଷ ହୋଇଯିବ । ଅପରପକ୍ଷରେ ଓଡିଶାରେ ପଂଚାୟତ ସ୍ତରରୁ ରଥଯାତ୍ରା ଆୟୋଜନ ହୁଏ । ହଜାର ହଜାର ରଥଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏଭଳି ସ୍ଥିତିରେ ମୌସୁମୀ ଆସୁଛି ଓ ସଂକ୍ରମଣର ଆଶଙ୍କା ବଢ଼ୁଛି । ଏଣୁ ଜନସମାବେଶ ବିପଦପୂର୍ଣ୍ଣ ହୋଇପାରେ ।