ମାଉସୀ ମାଆ ମନ୍ଦିରର ରହସ୍ୟମୟୀ ଇତିହାସ !

ମାଉସୀ ମାଆ ମନ୍ଦିରର ରହସ୍ୟମୟୀ ଇତିହାସ !

Source:shreekhetra.com

ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝିରେ ମାଉସୀ ମାଆ ମନ୍ଦିର ଅବସ୍ଥିତ। ଅର୍ଦ୍ଧାସିନୀ ଦେବୀ ମନ୍ଦିରର ଆରାଧ୍ୟା ଠାକୁରାଣୀ ଏବଂ ଠାକୁରମାନଙ୍କର ମାଉସୀ ମାଆ ଭାବେ ଖ୍ୟାତ । ବାହୁଡ଼ା ଦିନ ଠାକୁରମାନେ ରଥରେ ଏହି ବାଟ ଦେଇ ଫେରିବା ବେଳେ ମାଉସୀ ମାଆଙ୍କଠାରୁ ପୋଡ଼ପିଠା ଖାଇଥା’ନ୍ତି । ଦେବୀ ଦ୍ୱିଭୁଜା ଏବଂ ଦେବୀ-ପ୍ରତିମା କୃଷ୍ଣ ବର୍ଣ୍ଣ ପ୍ରସ୍ତରରେ ତିଆରି। ବନଦୁର୍ଗା ମନ୍ତ୍ରରେ ସେ ପୂଜା ପାଆନ୍ତି।

publive-image

ପାର୍ଶ୍ୱ ଦେବୀ ଭାବେ ଛାୟା ଓ ମାୟା ଆସୀନା। କେଶରୀ ବଂଶଜ ରାଜାଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା। ମୁଖ୍ୟ ମନ୍ଦିରର ଉଚ୍ଚତା ପ୍ରାୟ କୋଡ଼ିଏ ଫୁଟ୍‌। ଜଗମୋହନରେ ଦଶାବତାର, ଦଶମହାବିଦ୍ୟା, ଦଶଭୁଜା ଦୁର୍ଗା ପୂଜାପାଉଛନ୍ତି। ଏବର ବଳଗଣ୍ଡି ସାହି ଥିବା ସ୍ଥାନରେ ଏକଦା ମାଳିନୀ ନଈ ପ୍ରବାହିତ ହେଉଥିଲା। ଗୁଣ୍ଡିଚା ଘରୁ ରଥରେ ଫେରିବା ବେଳେ ଶ୍ରୀଜିଉମାନେ ଏଠାରେ ପୋଡ଼ପିଠା ଖାଇ, ଭେଳାରେ ନଈ ପାରିହେଉଥିଲେ ଏବଂ ଅନ୍ୟ ତିନି ରଥରେ ବିଜେକରି ବଡ଼ଦେଉଳକୁ ଫେରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe