ରଥଯାତ୍ରା ଇତିହାସ । ଏକାଧିକ ଥର ଶ୍ରୀକ୍ଷେତ୍ର ବାହାରେ ହୋଇଛି ଶ୍ରୀଜିଉଙ୍କ ରଥଯାତ୍ରା ।

346

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆସିଛି ‘ସୁପ୍ରିମ୍’ ଫୈସଲା । ଚଳିତବର୍ଷ ରଥଯାତ୍ରା ହେବ ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତୁ ଜାଣିବା ପୂର୍ବରୁ ପୁରୀ ବାହାରେ କେବେ କେବେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ରଥଯାତ୍ରା । ୧୬୧୧ ମସିହାରେ ଶ୍ରୀମନ୍ଦିର ବାହାରେ ହୋଇଥିଲା ରଥଯାତ୍ରା । ଚକାନାସିରେ ହୋଇଥିଲା ଶ୍ରୀଜିଉଙ୍କ ରଥଯାତ୍ରା । ରଥାକୃତି ଶଗଡ଼ିରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସେହିପରି ୧୬୨୪ ମସିହାରେ ଗଡ଼ମାଣତୀରରେ ରଥଯାତ୍ରା ହୋଇଥିଲା । ମାର୍ଥାପଦାରେ ଗୁଣ୍ଡିଚା ମନ୍ଦିର ନିର୍ମାଣ କରି ହୋଇଥିଲା ରଥଯାତ୍ରା । ଗଜପତି ମହାରାଜ ନରସିଂହ ଦେବ ଛେରା ପହଁରା କରିଥିଲେ । ୧୬୯୨ରୁ ୧୭୦୭ ମଧ୍ୟରେ ବଡ଼ହନ୍ତୁଆଡ଼ରେ ହୋଇଥିଲା ଦୁଇ ବର୍ଷ ନିରାଡମ୍ବର ରଥଯାତ୍ରା ।

୧୭୩୨ରେ ନଈରୀରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ଗଜପତି ମହାରାଜା ରାମଚନ୍ଦ୍ର ୨ୟଙ୍କ ପୁତ୍ର ଯୁବରାଜ କୃଷ୍ଣ ରାୟ ରଥଯାତ୍ରା ଆୟୋଜନ କରିଥିଲେ । ସେତେବେଳେ ଗଜପତି ମହାରାଜା ବାରବାଟୀ ଦୁର୍ଗରେ ନଜର ବନ୍ଦୀରେ ଥିଲେ ।