ନୀଳକନ୍ଦରରେ ତିନି ଠାକୁର ! ଆଜି ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ଶୃଙ୍ଖଳିତ ସମାପନ ସହ ଇତିହାସ ରଚିଲା ଚଳିତ ବର୍ଷ ରଥଯାତ୍ରା ।

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ! କଣ ରହିଛି ଏହି ନାମର ଅର୍ଥ?

image courtesy - www.unusualgifts.in

କନକ ବ୍ୟୁରୋ : ଆଜି ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶେଷ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ନୀତି ନୀଳାଦ୍ରି ବିଜେ ସହ ଶେଷ ହୋଇଛି । ଏବେ ନୀଳକନ୍ଦରରେ ମହାବାହୁ । ବାହୁଡାରେ ସିଂହଦ୍ୱାରକୁ ଫେରିବା ପରେ ସୁନାବେଶ ଓ ଅଧରପଣା ଲାଗି ପରେ ନୀଳାଦ୍ରି ବିଜେ କରିସାରିଛନ୍ତି ଶ୍ରୀଜିଉ ।

publive-image

ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂରତି ରତ୍ନ ସିଂହାସନକୁ ଫେରିଛନ୍ତି । ଆଉ ଏବେ ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଜିଠାରୁ ଅବଢା ମଧ୍ୟ ପାଇପାରିବେ । ଶ୍ରୀଜିଉ । ତେବେ ଧାର୍ଯ୍ୟ ସମୟ ଘଂଟାଏ ପୂର୍ବରୁ ଶେଷ ହୋଇଥିଲା ନୀଳାନ୍ଦ୍ରି ବିଜେ । ଚଳିତବର୍ଷ ଇତିହାସ ରଚିଛି ରଥଯାତ୍ରା । ରଥଯାତ୍ରାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ ଏମିତି କି ନୀଳାନ୍ଦ୍ରୀ ବିଜେ ସମୟରେ ବି ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe