କନକ ବ୍ୟୁରୋ : ମହାପ୍ରଭୁଙ୍କ ରଥଯାତ୍ରା ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରିଥିବା ୪୨ ଜଣ ସେବାୟତଙ୍କୁ ନୋଟିସ ହୋଇଛି । ଏହି ୪୨ ଜଣ ସେବାୟତଙ୍କ ମଧ୍ୟରେ କିଛି ବରିଷ୍ଠ ସେବାୟତ ଅଛନ୍ତି । ରଥଯାତ୍ରା ସମୟରେ ଏମାନେ ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଯାଂଚ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ସେବାୟତ କାରଣ ଦର୍ଶାଇବା ପରେ ପରବର୍ତୀ ପଦକ୍ଷେପ ନିଆଯିବ । ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନୀଳାଦ୍ରୀବିଜେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବ୍ୟବସ୍ଥାବଳୀ ଗ୍ରହଣ କରାଯାଇଥିଲା । ମାତ୍ର କିଛି ସେବାୟତ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ ।
ସେବାୟତମାନେ ଦାନଦକ୍ଷିଣା ନେବା ସହିତ ଭକ୍ତଙ୍କୁ ରଥ ଉପରକୁ ଚଢାଇବା ଭଳି ଅଭିଯୋଗ ଆସିଥିଲା । ଶ୍ରୀମନ୍ଦିରର କ୍ଲୋଜ ସର୍କିଟ କ୍ୟାମେରା ଯାଂଚ ବେଳେ ୪୨ ଜଣ ସେବାୟତ ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରିଥିବା ଜଣାପଡିଥିଲା । ଏ ନେଇ ପରିଚାଳନା କମିଟିରେ ଆଲୋଚନା ହେବା ପରେ ସେବାୟତଙ୍କୁ ନୋଟିସ ଜାରି କରାଯାଇଛିା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/article-2664610-1F0009FE00000578-335_634x425.jpg)
/kanak/media/post_attachments/wp-content/uploads/2018/09/Rathayatra1-300x197.jpg)