କନକ ବ୍ୟୁରୋ: ଦିନକ ପରେ ଘୋଷଯାତ୍ରା । ଏହାପୂର୍ବରୁ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କରି ପ୍ରେସମିଟ୍ କରିଛନ୍ତି ଏଡିଜି ଅମିତାଭ ଠାକୁର ।
ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡି
ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡିର ବ୍ୟବସ୍ଥା
ଜରୁରୀ ସେବା ପାଇଁ ହେଲ୍ଥ ସେଣ୍ଟର କରାଯାଇଛି
ବିଭିନ୍ନ ସ୍ଥାନରେ ପାଣି ବ୍ୟବସ୍ଥା କରାଯାଇଛି
ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି
କୁମ୍ଭାରପଡା ଥାନାରେ ହୋଇଛି ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍
ରଥଯାତ୍ରାରେ ୪୪ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ
ଓଡିଶା ଓ ପୁରୀ ପୁଲିସ ମିଳିତ ଭାବେ କାମ କରିବେ
ରଥାଯାତ୍ରା ପାଇଁ ପାର୍କିଂ ବ୍ୟବସ୍ଥା
ରଥଯାତ୍ରା, ସୁନାବେଶ ଓ ବାହୁଡା ପାଇଁ ପାର୍କିଂ ବ୍ୟବସ୍ଥା
୨୪ଟି ସ୍ଥାନରେ ଗାଡି ପାର୍କିଂ ପାଇଁ ହୋଇଛି ବ୍ୟବସ୍ଥା
୪ଚକିଆ ଯାନ ପାଇଁ ତାଳବଣିଆ ପାଖରେ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
୨ଚକିଆ ପାଇଁ ଜଗନ୍ନାଥ ବଲ୍ଲଭ ଏବଂ ମାଟି ତୋଟାରେ ପାର୍କିଂ ବ୍ୟବସ୍ଥା
ମଶାଣି ଚଣ୍ଡି, ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ହୋଟେଲରେ ପାର୍କିଂ ବ୍ୟବସ୍ଥା
ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ ଇଣ୍ଟରଷ୍ଟେଟ୍ ଟୁରିଷ୍ଟ ବସ୍