ଆସନ୍ତାକାଲି ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କୁନି ରଥ ନିର୍ମାଣ କରି ଚର୍ଚ୍ଚାରେ ଶିଳ୍ପୀ ଏଲ ଈଶ୍ୱର ରାଓ

88

କନକ ବ୍ୟୁରୋ :  ଦିନକ ପରେ ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସେହିପରି ରାଜ୍ୟର ସୁକ୍ଷ୍ମ ଶିଳ୍ପୀ ଭାବେ ପରିଚିତ ଜଟଣୀ ଅଞ୍ଚଳର ଏଲ ଈଶ୍ୱର ରାଓ ସାଢ଼େ ୭ଇଞ୍ଚ ଉଚ୍ଚ ଓ ସାଢ଼େ ୩ଇଞ୍ଚ ଚଉଡା ବିଶିଷ୍ଟ ସୁକ୍ଷ୍ମ ରଥ କରି ଚର୍ଚ୍ଚାକୁ ଆସିଛନ୍ତି ।

ଏହି ରଥରେ ସେ ୫୨ ଖଣ୍ଡ ଚକ,୧୦୧ଟି ଡିଆସିଲ କାଠି ଓ କାଗଜ ଖଣ୍ଡ ସାହାଯ୍ୟରେ ଏହି ରଥ ନିର୍ମାଣ କରିଛନ୍ତି । ଖାଲି ରଥ ନିର୍ମାଣ କରିନାହାନ୍ତି ବରଂ ସେଇ ରଥରେ ନିମ୍ବ କାଠରେ ୧ଇଞ୍ଚ ଉଚତାରେ ତିନି ଠାକୁରଙ୍କୁ ବସାଇଛନ୍ତି । ଏହି ସୁକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ ଶିଳ୍ପୀଙ୍କୁ ୧୫ ଦିନ ସମୟ ଲାଗିଥିବା ସେ କହିଛନ୍ତି । ସବୁବେଳେ କିଛି ନୂଆ କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଶିଳ୍ପୀ ଈଶ୍ୱର ଚଳିତ ରଥଯାତ୍ରା ପାଇଁ ଏହି କୁନି ରଥ କରି ଚର୍ଚ୍ଚାକୁ ଆସିଛନ୍ତି ।