ପାଖେଇ ଆସୁଛି ଘୋଷଯାତ୍ରା ! ଆଜି ଭଉଁରୀ ଯାତ୍ରାରେ ଆଜ୍ଞାମାଳ ଆସିବା ପରେ ୩ ରଥର ହେବ ଚକଡେରା

39

କନକ ବ୍ୟୁରୋ : ଆଜି ପୁରୀରେ ଭଉଁରୀ ଯାତ୍ରା । ବିଧି ଅନୁସାରେ ଭଉଁରୀ ତିଥିରେ ତିନି ରଥରେ ୬ ଚକ ଡ଼େରା ଯିବା । ଏଥିପାଇଁ ରଥଖଳାରେ ୬ ଚକ ସହ ୩ ଅଖର ପ୍ରସ୍ତୁତି ସରିଛି । କମାର ସେବକମାନେ ରଥ ଖଳାକୁ ଆସି ଏହାକୁ ଅନୁକୂଳ କରାଇବେ । ଭୋଇ ସେବକମାନେ ନାହାକା ଚକଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ନେଇ ରଖିବେ ।

ଅନୁକୂଳ ହେବା ପରେ ଏଥିରେ ଯୋକିଆ ଲାଗି କରାଯିବ । ଚକକୁ ମଜବୁତ କରିବା ପାଇଁ ଇଂରାଜୀ ଅକ୍ଷର ‘ୟୁ’ ଆକୃତିର ଏକ ଲୁହାକୁ ଯୋକିଆ କୁହାଯାଏ । ଏହା ଅଖ ପାଇଁ ତୁମ୍ବରେ ଲାଗିଥିବା ପନ୍ଧାରୀକୁ ଧରି ରଖିବା ପାଇଁ ଲଗାଯିବ । ଆଜି ଭଉଁରୀ ତିଥିରେ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିବା ପରେ ଏହି ନାହାକ ଚକ ଅଖକୁ ପ୍ରାପ୍ତ ହେବ ।