କନକ ବ୍ୟୁରୋ : ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ବଢାଉଛି ଶ୍ରୀଜଗନ୍ନାଥଙ୍କ ବାଲୁକା କଳା । ତିନି ଠାକୁର ଓ ତିନି ରଥର ବାଲୁକା ମୂର୍ତ୍ତୀ ତିଆରି କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି କଳାକୃତିକୁ ଦେଖିବାକୁ ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ ଜମୁଛି ପୁରୀ ବେଳାଭୂମିରେ । ଷୋଡଶ ଶତାବ୍ଦୀରେ ଭକ୍ତ ବଳରାମ ଦାସଙ୍କ ଠାରୁ ହିଁ ବାଲୁକା କଳାର ଜନ୍ମ ହୋଇଛି । ଏବଂ ଏହା ଏବେ ସାରା ବିଶ୍ୱରେ ପରିଚିତ ହୋଇଛି ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp