ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ତିନି ରଥର ଶୀର୍ଷ ଭାଗରେ ମହାରଣାମାନେ ‘ବଡ଼ ପୋଟଳ’ ବସାଇଛନ୍ତି । ଏହାପରେ ପାରାଭାଡି କାମ ତାପରେ ଖପୁରୀ କାମ ଶେଷ କରାଯିବା ପରେ କଳସ ବସାଯାଇ ଚକ୍ର ଓ ଧ୍ୱଜା ବନ୍ଧା ଯିବାର କାର୍ଯ୍ୟ ରହିଛି ।
ତେବେ ପୂର୍ବରୁ ଗୋଟିଏ ପରସ୍ତ ପୋଟଳ ଉଠିଥିବାବେଳେ ଆଜି ୧୨ ପରସ୍ତ ପୋଟଳ ଉଠିଛି । ଏହାସହିତ ପାରାଭାଡି ଓ ଖପୁରୀ ଉଠିଛି । ଖଳାରେ ବେଦି ସିଂହାସନ ଓ ପ୍ରଭା କାମ ଚାଲିଥିବାବେଳେ ପଶା କାମ ମଧ୍ୟ ଚାଲିଛି । ଦେଢାମଜୁରିରେ କାମ ହେଉଥିବାରୁ କାମ ସକାଳୁ ୮ଟା ପୂର୍ବରୁ ଆରମ୍ଭ ହୋଇଛି ।
ସେହିଭଳି ରଥ ଉପରେ ଚାଲଥିବା ପାଗ ବାଡିଆ କାମ ମଧ୍ୟ ଶେଷ ହୋଇଛି । ପ୍ରତି ରଥରେ ୪ଟି ଲେଖାଏଁ ବଡପୋଟଳ ଉଠିଛି । ପୂର୍ବରୁ ୨ଟି ଲେଖାଏଁ ବଡପୋଟଳ ଉଠିଥିବାବେଳେ ଆଜି ଆଉ ଦୁଇଟି ପାଟଳ ଉଠିଛି ।
ଅନ୍ୟ ପଟେ, ରଥଖଳାରେ ପହଂଚିଛି ରଥଦଉଡି । ଓଡିଶା ସମବାୟ କତା ନିଗମ ପକ୍ଷରୁ ଚନ୍ଦନପୁରଠାରେ ତିଆରି ହୋଇଥିବା ଏହି ଦଉଡି ଉଚିତ୍ ସମୟରେ ପହଂଚିଛି । ୮ ଇଂଚ ଗୋଲେଇର ୧୪ଟି ରଥଦଉଡି ଆସିଛି । ପ୍ରତ୍ୟେକ ଦଉଡିର ଲମ୍ବା ୨୨୦ ଫୁଟ୍ ରହିଛି । ତାସହିତ କର୍ଡନ ପାଇଁ ୪ ଇଂଚ ଗୋଲେଇ ଓ ୧୩୭ ମିଟର ଲମ୍ବା ୪ଟି ଏବଂ ୫ ଇଂଚ ଗୋଲେଇ ଓ ୧୦୦ ମିଟର ଲମ୍ବାର ୫ଟି ଦଉଡି ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-21-09h45m33s238.png)