ଆଗେଇ ଚାଲିଛି ରଥ ନିର୍ମାଣର ଶେଷ ପର୍ଯ୍ୟାୟ କାମ: ସରିଲା ଶିଖ ଡମ୍ବୁରୁ ବାଡ଼ିଆ, ପାର୍ଶ୍ୱ ଦେବାଦେବୀ ସଂଯୋଗ

କରୋନା କଟକଣା ଭିତରେ ଆଗେଇ ଚାଲିଛି ରଥକାମ । ତିନି ରଥର ୪୨ରୁ ୪୦ ତୁମ୍ବର ବିନ୍ଧ କାମ ଶେଷ

କନକ ବ୍ୟୁରୋ: ରଥ ନିର୍ମାଣ କାର୍ଯ୍ୟର ଶେଷ ପର୍ଯ୍ୟାୟ କାମ ଏବେ ଆଗେଇ ଚାଲିଛି। ରବିବାର ଦିନ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ହଂସପଟା ବାଡ଼ିଆ କାମ ଶେଷ ପରେ ଗତକାଲି ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଗତକାଲି ତିନି ରଥରେ ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ କରିଛନ୍ତି।

publive-image

ସେହିପରି ପୂର୍ବରୁ ରଙ୍ଗ ଦିଆ ସରିଥିବା ପାର୍ଶ୍ୱ ଦେବାଦେବୀଙ୍କୁ ଗତକାଲି ତିନି ରଥରେ ସଂଯୋଗ କରାଯାଇଛି। ଗୋଟିଏ ରଥରେ ଦୁଇ ଦ୍ଵାରପାଳ ରହିଥାନ୍ତି। ଏପରି ତିନି ରଥରେ ୬ ଦ୍ଵାରପାଳ ଲାଗିଥାନ୍ତି। ରବିବାର ଦିନ ଏହି ଦ୍ଵାରପାଳ ରଙ୍ଗ ସରିବା ଗତକାଲି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ବାକି କାମ ଖୁବ୍‌ଶ୍ରୀଘ୍ର ଶେଷ କରିବାକୁ ମହାରଣା ଓ ଭୋଇ ସେବକମାନେ ତତ୍ପରତା ଦେଖାଇଛନ୍ତି। ସେପଟେ ଚିତ୍ରକାର ଓ ରୂପକାର ସେବକମାନେ ବି ସେମାନଙ୍କ କାମକୁ ଆଗେଇ ନେଉଛନ୍ତି। ତିନି ରଥରେ ରଙ୍ଗ କାମ ଜୋରସୋରରେ ଚାଲିଛି। କମାର ସେବକମାନେ ବି ଲୌହ ସାମଗ୍ରୀ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe