କନକ ବ୍ୟୁରୋ : ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି ଉଭୟ ମହାରଣା ଓ ଭୋଇ ସେବକ। ଭୋଇ ସେବକ ରବି ଭୋଇଙ୍କ ନେତୃତ୍ବରେ ଆବଶ୍ୟକ କାଠ ଯୋଗାଣ ପରେ ରଥଖଳାରେ ତିନି ରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ବରେ ତୁମ୍ବ ପ୍ରସ୍ତୁତି ଶେଷ ହୋଇଛି। ତୁମ୍ବ କାମ ଶେଷ ପରେ ମହାରଣା ସେବକମାନେ ଅର ଓ ପଇ ସଂଯୋଗ କାର୍ଯ୍ୟକୁ ଆଗେଇ ନେଇଛନ୍ତି।
ପର୍ଯ୍ୟାୟ କ୍ରମେ ତୁମ୍ବରେ ଅର ସଂଯୋଗ ପରେ ଅର ସହ ପଇ ଲଗାଯିବା କାମ ଆଗେଇ ଚାଲିଛି। ଅନ୍ୟପଟେ ଦୋଳବେଦି କମାରଶାଳ ବି ଏ ନେଇ ଚଳଚଞ୍ଚଳ ହୋଇଉଠିଛି। ଆବଶ୍ୟକ କଣ୍ଟା ପ୍ରସ୍ତୁତିରେ କମାର ସେବକମାନେ ଲାଗି ପଡ଼ିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/ratha-khala-f-597x430-1.jpg)