କନକ ବ୍ୟୁରୋ : ବାତ୍ୟା ‘ଫନି’ ମାଡ଼ରୁ ଏପର୍ଯ୍ୟନ୍ତ ଉଧେଇ ପାରିନି ରଥଖଳା। କାମ ଧିମେଇଥିବା ବେଳେ ଆଉ ୫ ଦିନ ପରେ ହେବ ଚକଡେରା। ରଥ ନିର୍ମାଣ କାମ ପଛେଇଥିବାରୁ ଚକଡେରା ନେଇ ଦେଖା ଦେଇଛି ସନ୍ଦେହ। କାମ ତ୍ବରାନ୍ବିତ କରିବାକୁ ମହାରଣାମାନେ ଜେନେରେଟର ଦେବାକୁ ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି। ସେପଟେ କାମ ଆରମ୍ଭ ହେବା ଦିନଠୁ ମହାରଣା, ସହାୟକ ଓ ଭୋଇ ସେବକଙ୍କୁ ମଜୁରି ମିଳିନି। ଅଫିସରଙ୍କ ଟେବୁଲରେ ଫାଇଲ୍ ପଡ଼ିଛି। ଏହାକୁ ନେଇ ମନ ଊଣା କରିଛନ୍ତି ମହାରଣା ସେବକ।
/kanak/media/post_attachments/wp-content/uploads/2019/05/ratha-work.jpg)
/kanak/media/post_attachments/wp-content/uploads/2019/05/maxresdefault-8.jpg)