ନିର୍ଦ୍ଧୁମ ବର୍ଷା ଭିତରେ ବି ଚାଲିଛି ରଥ କାମ । ବିଶ୍ୱକର୍ମା ସେବାୟତ କହିଲେ, ବର୍ଷା, ଝଡି,ପବନ ହେଲେ ମଧ୍ୟ ବନ୍ଦ ହେବନି ରଥ ନିର୍ମାଣ କାମ ।

257

କନକ ବ୍ୟୁରୋ : ନିର୍ଦ୍ଧୁମ ବର୍ଷାରେ ବି ହେଲା ରଥ କାମ । ପୁରୀରେ କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହୋଇଛି । କିନ୍ତୁ ଏହି ବର୍ଷା ରଥକାମରେ ବାଧା ଦେଇପାରିନି । ବରଂ ପ୍ରବଳ ଗରମରୁ ଏହା ଆଶ୍ୱସ୍ତି ଆଣି ଦେଇଛି ବୋଲି କହିଛନ୍ତି ବିଶ୍ୱକର୍ମା ସେବାୟତ । ଯେତେ ବର୍ଷା, ଝଡ, ତୋଫାନ ହେଲେ ମଧ୍ୟ କାମ ଜାରି ରହିବ ବୋଲି କହିଛନ୍ତି ବିଶ୍ୱକର୍ମା ସେବାୟତ । କାରଣ ରଥଖଳାରେ କାମ କରିବା ମହାପ୍ରଭୁଙ୍କ ଇଚ୍ଛାରେ ହେଉଛି । ତେଣୁ ମହାପ୍ରଭୁ ଆମକୁ ଘଣ୍ଟ ଘୋଡାଇ ରଖିବେ ବୋଲି କହିଛନ୍ତି ବିଶ୍ୱକର୍ମା ସେବାୟତ । ରଥଖଳାରେ ପାଣି ଜମି ରହିବା ସତ୍ତେ୍ୱ ମଧ୍ୟ ରଥ ନିର୍ମାଣ କାମରେ ଟିକିଏ ବି ବାଧା ଆସିନି ।

ଏସବୁ ଭିତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋର ସୋରରେ ଆଗେଇ ଚାଲିଛି । ବର୍ତମାନ ସୁଦ୍ଧା ୩ ରଥ ପାଇଁ ମୋଟ ୪୧ଟି ତୁମ୍ବ ଗଡ଼ କରତି ସେବକମାନେ ୩ରଥ ମହାରଣାମାନଙ୍କୁ ଯୋଗାଇ ଥିଲେ । ସେଥି ମଧ୍ୟରୁ ୩ ରଥର ମୋଟ ୩୦ରୁ ଅଧିକ କୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ସେଥି ମଧ୍ୟରୁ ନନ୍ଦିଘୋଷ ରଥପାଇଁ ଆବଶ୍ୟକ ୧୬ ଗୋଟି ତୁମ୍ବ ଗଡ଼, ଦେବୀ ରଥ ପାଇଁ ଆବଶ୍ୟକ ୧୨ ଗୋଟି ତୁମ୍ବ ଗଡ଼ କରତି ସେବକ ଯୋଗାଇଥିଲା ବେଳେ ତାଳଧ୍ୱଜ ରଥ ମହାରଣାମାନଙ୍କୁ ୧୪ ଗୋଟି ତୁମ୍ବଗଡ଼ ଯୋଗାଇଛନ୍ତି ।