ଘୋଷଯାତ୍ରାକୁ ଆଉ ମାତ୍ର ୧୦ ଦିନ ! ଚଳଚଞ୍ଚଳ ରଥଖଳା, ଚାଲିଛି ଭୂଇଁ କାମ

ଘୋଷଯାତ୍ରାକୁ ଆଉ ମାତ୍ର ୧୦ ଦିନ ! ଚଳଚଞ୍ଚଳ ରଥଖଳା, ଚାଲିଛି ଭୂଇଁ କାମ

କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ୧୧ ଦିନ ବାକି ଥିବା ବେଳେ ଏହା ପୂର୍ବରୁ ତିନି ରଥକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ବିଶ୍ବକର୍ମା, ଭୋଇ ସେବକ, ରୂପକାର ସେବକ ଏବଂ ଓଝା ସେବକମାନେ। ବିଶ୍ବକର୍ମା ସେବକମାନେ ଯୋଖା ହଣା ଶେଷ କରିବା ପରେ ଭୂଇଁ କାମ ଆରମ୍ଭ କରିଛନ୍ତି। ତିନି ରଥର ଭୂଇଁ କାମ ଆରମ୍ଭ ହୋଇଛି। ମାପ ଦେଇ ବିଶ୍ବକର୍ମା ସେବକମାନେ ଆବଶ୍ୟକ କାଠ ଯୋଡ଼େଇ ଆରମ୍ଭ କରିଛନ୍ତି।

publive-imageସେପଟେ ରୂପକାର ସେବକମାନେ ନାଟଗୁଡ଼ୁ କାମକୁ ଆଗେଇ ନେଇଛନ୍ତି। ନାଟଗୁଡ଼ୁ ସରିବା ପରେ ଭୂଇଁ, ପ୍ରଭା ଆଦି କାମ ଆରମ୍ଭ ହେବ। ଓଝା ସେବକମାନେ କାଠ ଯୋଡ଼େଇ ପାଇଁ ଆବଶ୍ୟକ ରଥ କଣ୍ଟା ଯୋଗାଇ ଦେଇଛନ୍ତି। ଦୋଳବେଦି କମାରଶାଳରେ ବର୍ତମାନ ଗୟଳ, ଯୋଖା ଆଦି କଣ୍ଟା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ ଦେବା କାମ ଆଗେଇ ନେଇଥିବା ବେଳେ ଦର୍ଜୀ ସେବକମାନେ ରଥକନା କାମକୁ ତ୍ବରାନ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe