ବ୍ୟାସନଗରରେ ମଝି ବାଟରେ ଭାଙ୍ଗିଗଲା ରଥ ଚକ । ଶ୍ରୀଜିଉଙ୍କୁ ଭାରରେ ନେଲେ ସେବାୟତ,ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ।

264

କନକ ବ୍ୟୁରୋ : ଭାରରେ ବୁହାହେଲେ ଭାବଗ୍ରାହୀ । ରଥଟଣା ବେଳେ ରଥ ଚକ ଭାଙ୍ଗିଯିବା ଫଳରେ ଭାରରେ ବୁହା ହୋଇଛନ୍ତି ଶ୍ରୀଜିଉ । ଏଭଳି ଘଟଣା ଯାଜପୁରର ବ୍ୟାସସରୋବରରେ ଦେଖିବାକୁ ମିଳିଛି । ରଥ ବିନା ଭାରରେ ଠାକୁରଙ୍କୁ ବୋହିନେବା ଘଟଣା ଜଣାପଡିବା ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ବ୍ୟାସନଗରର ବ୍ୟାସସରୋବରରେ ରଥଟଣା ହେଉଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ରଥଟଣା ସମୟରେ ଭାଙ୍ଗି ଯାଇଥିଲା ରଥ ଚକ । ଫଳରେ ମଝି ବାଟରେ ହିଁ ଅଟକି ରହିଥିଲା ରଥ । ପୁରାତନ ରଥ ହୋଇଥିବାରୁ ଏହାର ଚକ ମରାମତି ଠିକ୍ ଭାବରେ କରାଯାଇନଥିଲା । ଯେଉଁଥିପାଇଁ ରଥ ଗଡିବାର କିଛି ସମୟ ମଧ୍ୟରେ ଏହା ଭାଙ୍ଗି ଯାଇଥିଲା ।

ସନ୍ଧ୍ୟା ହେବାରୁ ରଥ ଚକା ମରାମତିକୁ ଅପକ୍ଷୋ ନକରି ମହାପ୍ରଭୁଙ୍କୁ ମାଉସୀ ମା’ ମନ୍ଦିରକୁ ଭାରରେ ବୋହି ନେଇଥିଲେ ସେବାୟତ । ମହାପ୍ରଭୁ ରଥଯାତ୍ରାରେ ଏତେବଡ ତ୍ରୁଟି ସାମ୍ନାକୁ ଆସିବା ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।