ଇତିହାସ ରଚିଲା ଏଥରର ରଥଯାତ୍ରା! ଦେଢ଼ ଘଂଟା ଆଗରୁ ଟଣା ହେଲା ମହାପ୍ରଭୁଙ୍କ ରଥ, ସନ୍ଧ୍ୟା ହେବାରୁ ଅଧା ବାଟରେ ଅଟକିଲା ନନ୍ଦିଘୋଷ

ଇତିହାସ ରଚିଲା ଏଥରର ରଥଯାତ୍ରା! ଦେଢ଼ ଘଂଟା ଆଗରୁ ଟଣା ହେଲା ମହାପ୍ରଭୁଙ୍କ ରଥ, ସନ୍ଧ୍ୟା ହେବାରୁ ଅଧା ବାଟରେ ଅଟକିଲା ନନ୍ଦିଘୋଷ

କନକ ବ୍ୟୁରୋ : ଆଜି ପାଇଁ ସରିଛି ରଥଟଣା । ସନ୍ଧ୍ୟା ହେବା ପୂର୍ବରୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ବଳଗଣ୍ଡି ଠାରେ ଅଟକି ରହିଛି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଫଳରେ ଆଜି ମାଉସୀ ମା’ ଘରକୁ ଯାଇପାରି ନାହାନ୍ତି ତିନି ଠାକୁର । ଆଜି ଗୋଟିଏ ରାତି ରଥରେ ବିଜେ ହେବେ ମହାପ୍ରଭୁ । ଆଉ କାଲି ସକାଳ ହେବା ପରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ତିନି ଠାକୁରଙ୍କୁ ମାଉସୀ ମା’ ଘରକୁ ନିଆଯିବ । ମହାପ୍ରଭୁ ରଥ ଉପରେ ଥିବାରୁ ଆଜି ରତ୍ନ ସିଂହାସନରେ ହେଉଥିବା ନୀତିକାନ୍ତ ରଥ ଉପରେ ହିଁ ହେବ ।

publive-imageବଡ଼ଦାଣ୍ଡରେ ଆଜି ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ଜନସମୁଦ୍ର ଦେଖାଯାଇଥିଲା। ଅପରାହ୍ନରେ ପ୍ରାୟ ୩ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବା ସତ୍ତ୍ୱେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମି ନଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ଵୟ ଯୋଗୁଁ ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ଦୀର୍ଘ ୨ରୁ ୩ ବର୍ଷ ଧରି ଯେଉଁ ଘଟଣା ଦେଖିବାକୁ ମିଳିନଥିଲା ତାହା ଆଜି ଦେଖିବାକୁ ମିଳିଛି । ଫଳରେ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଥିଲା । ତେବେ ସନ୍ଧ୍ୟା ହେବାରୁ ବଳଗଣ୍ଡି ଠାରେ ଅଟକି ଯାଇଥିଲା ନନ୍ଦିଘୋଷ । ଶ୍ରୀଜିଉଙ୍କୁ ରବିବାର ଆଡ଼ପମଣ୍ଡପରେ ବିଜେ କରାଯିବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିବା ବେଳେ, ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe