କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତକାଲି ପୋଟଳ କାମକୁ ମହାରଣା ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି । ପୋଟଳରେ ନାହାକା ସଂଯୋଗ କାମ ଶେଷ ହୋଇଛି। ପୋଟଳ ଉଠିବା ପୂର୍ବରୁ ନଦା ଉଠିବା ଆବଶ୍ୟକ ପଡ଼ୁଥିବାବେଳେ ଆଜି ନଦା କାମ ବି ଶେଷ ହୋଇଛି। ନଦା ଡେରା କାମ ଶେଷ ହୋଇଥିବା ବେଳେ ଆଜି ତିନି ରଥର ନଦା ଉଠିବା ପରେ ପୋଟଳ ସଂଯୋଗ କାମ ଆରମ୍ଭ ହୋଇଛି ।
ସେପଟେ ତିନି ରଥର ଦୁଆର କାମ ଶେଷ ହୋଇଛି। ସେହି ଅନୁସାରେ ଚନ୍ଦ୍ରଶାଳୀ ସଂଯୋଗ ବି ଶେଷ ହୋଇଛି। ରଥରେ ମହାରଣା ସେବକମାନଙ୍କ ପ୍ରାୟ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ କେବଳ ପ୍ରଭା ସଂଯୋଗ କାମ ବାକି ରହିଛି। ରୂପକାର ସେବକମାନେ କଳସ, ଶୁଆ, ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ କାମ ବି ଶେଷ କରିଛନ୍ତି। ପରବର୍ତୀ ସମୟରେ ଘୋଡ଼ା ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷରେ ରଙ୍ଗକାମ ଶେଷ ହେବ। ସେପଟେ ଦୋଳ ବେଦି କମାରଶାଳରେ କମାର ସେବକମାନେ କଣ୍ଟା କାମକୁ ଆଗେଇ ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Sequence-2-01423303.jpg)
/kanak/media/post_attachments/wp-content/uploads/2018/06/ratha-khala-2-2-300x199.jpg)