କନକ ବ୍ୟୁରୋ : ରଥଯାତ୍ରା ପାଖେଇ ପାଖେଇ ଆସୁଛି। ରଥଖଳା ମଧ୍ୟ ସେହି ପରି ଭାବରେ ଚଳଚଞ୍ଚଳ ହୋଇପଡିଛି । ସଠିକ ସମୟରେ କାମ ସାରିବା ଲାଗି ମହରଣା ସେବାୟତମାନେ ଦିନରାତି ଏକ କରି କାମ କରୁଛନ୍ତି । ସେପଟେ ରଥ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି । ଶାନ୍ତିଶୃଙ୍ଖଳା ସହ ଯାତ୍ରା କରିବା ଲାଗି ପ୍ରସ୍ତୁତି ହେଉଛି ବ୍ଲୁ ପ୍ରିଣ୍ଟ ।
ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମାମାନେ ସେବକମାନେ ରଥଖଳାରେ ଯୋଖା ହଣା କାମକୁ ଆଗେଇ ନେଇଛନ୍ତି। ନନ୍ଦିଘୋଷ ରଥର ଯୋଖା ହଣା କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି ଦୁଇ ତାଳଧ୍ବଜ ଓ ଦର୍ପଦଳନର ଯୋଖାହଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଚିତ୍ରକର ସେବକମାନେ ନାଟଗୁଡ଼ୁ କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ପାର୍ଶ୍ବଦେବାଦେବୀଙ୍କ ମୂର୍ତିରେ ରଙ୍ଗ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ଗୟଳ, ଯୋଖା ଆଦି କଣ୍ଟା କାମକୁ ଆଗେଇ ନେଇଛନ୍ତି।
Follow Us