କନକ ବ୍ୟୁରୋ: ରଥ ନିର୍ମାଣ ଅନୁକୂଳ । ଶ୍ରୀମନ୍ଦିରରୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ବନଜାଗ ବିଧିରେ ପ୍ରଭୁ ନୃସିଂହଙ୍କ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରୁ ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯାଉଛି । ଗୋଟିଏ ପଟେ ରଥ କାଠ ଅନୁକୂଳ ହୋଇଥିବାବେଳେ ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ ନିର୍ମାଣ ଅନୁକୂଳ କରାଯାଇଛି । ରଥ ନିର୍ମାଣ ଅନୁକୂଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଥିଲା । ସେପଟେ ଆଜିଠୁ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ ।

Advertisment