କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ରଥକାଠ ଅନୁକୂଳ ହେବ । ଶ୍ରୀ ପଞ୍ଚମୀ ଅବସରରେ ଶ୍ରମନ୍ଦିରରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏଥି ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରର ପ୍ରସ୍ତୁତିରେ ଆଜି ହେଉଛି ପ୍ରଥମ ପର୍ବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବ ସହ ୩ରଥର ୩ଟି ଧଉରା କାଠକୁ ରଖାଯାଇଛି ।
ଶ୍ରୀପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ । ପରମ୍ପରା ଅନୁଯାୟୀ ଶ୍ରମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
/kanak/media/post_attachments/wp-content/uploads/2022/02/vlcsnap-2022-02-05-10h27m27s224.png)