ସରିଲା ଛେରାପହଁରା, ଗଡିବ ରଥ: ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନ ଏକାକାର; ଭାଇ ଭଉଣୀଙ୍କୁ ସାଥୀରେ ନେଇ ମାଉସୀ ଘରକୁ ଯିବେ ମହାପ୍ରଭୁ

108

କନକ ବ୍ୟୁରୋ: ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ତିନିରଥରେ ରଥାରୂଢ ତିନିଠାକୁର । ପହଣ୍ଡି ସରିବା ପରେ ଛେରା ପହଁରା ନୀତିକାନ୍ତି ସଂପନ୍ନ ହୋଇଛି । ତେବେ ଗଜପତି ମହାରାଜଙ୍କ ଛେରାପହଁରା ପରେ ମାଉସୀ ମା ଅଭିମୁଖେ ଯାତ୍ରା କରିବ ତିନିରଥ ।

ଘଣ୍ଟକାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଦାମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଗଜପତିଙ୍କ ଛେରାପହଁରା ନୀତି । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।ଏହାପରେ ଆରମ୍ଭ ହେବ ରଥଟଣା । ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ।