ରଥଯାତ୍ରାକୁ ଆଉ ୭ ଦିନ । ରଥଖଳାରେ ଜୋରସୋରରେ ଚାଲିଛି ରଥ ପ୍ରସ୍ତୁତି : ଚଉଦ ନାହାକା ପରେ ଉଠିଲା ଦ୍ୱିତୀୟ ଭୂଇଁ

ରଥଯାତ୍ରାକୁ ଆଉ ୭ ଦିନ । ରଥଖଳାରେ ଜୋରସୋରରେ ଚାଲିଛି ରଥ ପ୍ରସ୍ତୁତି : ଚଉଦ ନାହାକା ପରେ ଉଠିଲା ଦ୍ୱିତୀୟ ଭୂଇଁ

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ୭ ଦିନ ବାକି ରହିଲା। ଏଥି ପାଇଁ ଅଧିକ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି। ଆଜି ରଥଖଳାରେ ଚଉଦନାହାକା, ଦ୍ବିତୀୟ ଭୁଇଁ କାମ ଶେଷ ପରେ ତୃତୀୟ ଭୁଇଁ କାମ ଆରମ୍ଭ ହୋଇଛି।

publive-imageତିନି ରଥରେ ଚଉଦ ନାହାକା ବୁଲିଛି। ଦ୍ବିତୀୟ ଭୁଇଁ ଉଠି ଟୁଙ୍ଗୁରା କାମ ଶେଷ ହେବା ପରେ ତୃତୀୟ ଭୁଇଁ କାମ ଆରମ୍ଭ ହୋଇ ଟୁଙ୍ଗୁରା କାମ ଆରମ୍ଭ ହୋଇଛି। ରୂପକାର ସେବକମାନେ ନିଜ ନିଜ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ବି କଣ୍ଟା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe