ପାଖେଇ ଆସୁଛି ରଥଯାତ୍ରା : ତିନି ରଥରେ ଲାଗିଲା କଳସ, ଅଁଳା, ଓଲଟଶୁଆ

ପାଖେଇ ଆସୁଛି ରଥଯାତ୍ରା : ତିନି ରଥରେ ଲାଗିଲା କଳସ, ଅଁଳା, ଓଲଟଶୁଆ

କନକ ବ୍ୟୁରୋ :ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ରଥରେ ୪ଟି ଲେଖାଁଏ ୧୨ଟି ଧ୍ୱଜବତା ଲାଗିଥିଲା। ଶ୍ରୀଜିଉଙ୍କ ବିଜେ ସ୍ଥଳ ବାହାରେ ଗାଈପଲ୍ଲ ପଟା ଲାଗି ହୋଇଥିଲା। ତିନି ରଥରେ କଳସ ଓ ଅଁଳା ଲାଗି ହୋଇଛି। ସେହିଭଳି ଓଲଟ ଶୁଆ ମଧ୍ୟ ତିନି ରଥରେ ଲାଗିଛି। ରଥର ଚତୁଃପାଶ୍ୱର୍ରେ ଚିତ୍ରକର ସେବକମାନଙ୍କ ଦ୍ୱାରା ରଙ୍ଗ କାର୍ଯ୍ୟ ଜାରି ରହିଛି।

ମହାପ୍ରଭୁଙ୍କ ବିଜେ ସ୍ଥଳରେ କନକମୁଣ୍ଡି ଲାଗିବା ପରେ ଏହାକୁ ରତ୍ନ ସିଂହାସନ ସଦୃଶ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। କେବଳ ପିତ୍ତଳ ଚଦର ପଡ଼ିବା ବାକି ରହିଛି। ରୂପକାର ଓ ଚିତ୍ରକର ସେବକମାନେ ପାର୍ଶ୍ୱ ଦେବାଦେବୀ, ସଖି, ଶିଖର ଡମ୍ବୁରୁ, ହଂସପଟା ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାବେଳେ ତିନି ରଥର ସାରଥୀ ରଙ୍ଗ କାର୍ଯ୍ୟ ଜାରି ରହିଛି। ଦରଜୀ ସେବକମାନେ ରଥ ଘେର ସହ ରଥକନାରେ ଜରି ଫିତା ସିଲାଇ ଓ କନା ଯୋଡ଼ିବା କାମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe