source : googleଅଣସର ଏକାଦଶୀ ଦିନ ଦଶମୂଳ ମୋଦକ ଲାଗି ପରେ ଠାକୁରମାନେ ସୁସ୍ଥ ହୋଇ ଉଠନ୍ତି। ସେଦିନ ସେମାନଙ୍କୁ ଚନ୍ଦନଲାଗି କରାଯାଏ। ସେହି ଘୋରା ଚନ୍ଦନରେ କର୍ପୂର, କେଶର ଆଦି ମିଶିଥାଏ। ସେହିଦିନ ରାଘବ ଦାସ ମଠ ଦେଇଥିବା ୨୨ ହାଣ୍ଡି ଖଇ ଓ କୋରା ଏବଂ କଦଳୀ, ପଣସ, ଆମ୍ବ ଆଦି ଫଳ ଭୋଗ ହୁଏ। ସେହିଦିନ ମଧ୍ୟ ପାଳିଆ ଖୁଣ୍ଟିଆ ସେବକ ମଣିମା ଡାକ ଦେଇଥାଆନ୍ତି ଏବଂ ହଡ଼ପ ନାୟକ ସେବକ ବିଡ଼ିଆ (ପାନ) ମଣୋହି ଯୋଗାଇଥାଆନ୍ତି। ପୂର୍ବରୁ କେବଳ ସୁବାସିତ ଶୁକ୍ଳ ପୁଷ୍ପ ଲାଗି ହେଉଥିବାବେଳେ, ସେହିଦିନଠାରୁ ଶ୍ରୀବିଗ୍ରହମାନେ ବିଭିନ୍ନ ରଙ୍ଗର ସୁବାସିତ ଫୁଲ ଓ ତୁଳସୀ ଆଦି ଲାଗି ହୁଅନ୍ତି।
image courtesy - www.jagannath.nic.inଏହାପରେ ହୁଏ ଅଣସର ଦ୍ୱାଦଶୀ ନୀତି। ଏହି ନୀତି ବିଶେଷ ମହତ୍ତ୍ବପୂର୍ଣ୍ଣ । କାରଣ, ଏହିଦିନ ରାଜପ୍ରାସାଦକୁ ରାଜପ୍ରସାଦ ବିଜେ କରାଯାଏ। ରାଜପ୍ରାସାଦ ହେଉଛି ଶ୍ରୀମନ୍ଦିର ସିଂହଦ୍ୱାରର ଅନତିଦୂରରେ, ବଡ଼ଦାଣ୍ଡର ରଥଖଳାଠାରେ ଥିବା ଶ୍ରୀନଅର। ଏହା ଗଜପତି ରାଜାଙ୍କ ନିବାସ। ରାଜପ୍ରସାଦ ହେଉଛି ରାଜ୍ୟର ରାଜା ରୂପେ ସ୍ୱୀକୃତ ଶ୍ରୀଜଗନ୍ନାଥଙ୍କର ପ୍ରସାଦ। ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ପରମ୍ପରାକ୍ରମେ ଗଜପତି ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ହିଁ ରାଜ୍ୟର ରାଜା ରୂପେ ସ୍ୱୀକାର କରି, ନିଜେ ରାଉତ ବା ସେବକରୂପେ ତାଙ୍କର ସେବା କରି ଆସିଛନ୍ତି। ଶ୍ରୀଜଗନ୍ନାଥ ସ୍ୱୀକୃତ ହୋଇଛନ୍ତି ରାଷ୍ଟ୍ରଦେବତା ରୂପେ। ଏଣୁ ଅଣସର ଦ୍ୱାଦଶୀ ଦିନ ରାଜାଙ୍କ ପ୍ରାସାଦକୁ ରାଜପ୍ରସାଦ ବିଜେ ହୋଇଥାଏ।
ଏହି ରାଜପ୍ରସାଦ କ’ଣ, ତାହା ବିଶେଷ ମହତ୍ତ୍ବପୂର୍ଣ୍ଣ। ତାହା ପ୍ରଭୁଙ୍କୁ ଭୋଗ ବା ନୈବେଦ୍ୟ ହୋଇଥିବା କୌଣସି ପ୍ରକାରର ପ୍ରସାଦ ନୁହେଁ। ତାହା ହେଉଛି ପ୍ରଭୁଙ୍କ ଶ୍ରୀଅଙ୍ଗର ଛଡ଼ା ସାମଗ୍ରୀ। ଅଣସର ଘରେ ନୂତନ ଭାବରେ ଶ୍ରୀବିଗ୍ରହମାନଙ୍କର ଅଙ୍ଗଗଠନ ପୂର୍ବରୁ, ତାଙ୍କ ଶ୍ରୀଅଙ୍ଗରୁ ଯେଉଁସବୁ ଚନ୍ଦନ, କରାଳ, ପାଟଡୋର ଇତ୍ୟାଦିକୁ ବାହାର କରି ଦିଆଯାଇଥାଏ, ସେହିଥିରୁ କିଛିକୁ ରୁପାଥାଳିରେ ପଟୁଆର ସହ ଶ୍ରୀନଅରକୁ ନିଆଯାଏ। ଘଣ୍ଟ, ଛତା ଓ କାହାଳୀ ଆଦି ସହିତ ସେହି ପଟୁଆର ଯାଏ। ତାହାଦ୍ୱାରା ରାଜାଙ୍କୁ ସୂଚିତ କରାଯାଏ ଯେ ପ୍ରଭୁ ସୁସ୍ଥ ହେଲେଣି।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/JAGA-3.jpg)