ପୁରୀରେ ପଡିଲା ତାଲା । ରାତି ୯ଟାରୁ ପୁରୀରେ ଲାଗୁ ହେବ ସଟଡାଉନ । ରାଥଯାତ୍ରା ପାଇଁ ବୁଧବାର ଦିନ ୨ଟା ଯାଏଁ କଟକଣା ଲାଗୁ ।

1,828

କନକ ବ୍ୟୁରୋ: ପୁରୀରେ ପଡିଲା ତାଲା । ରାଥଯାତ୍ରା ପାଇଁ ପୁରୀ ସଟଡାଉନ । ରାତି ୯ଟାରୁ ପୁରୀରେ ଲାଗୁ ହେବ ସଟଡାଉନ । ଆଜି ରାତିରୁ ବୁଧବାର ଅର୍ଥାତ ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ଲାଗୁ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ।

ତେବେ କରୋନା କଟକଣା ଭିତରେ ଆଜି ସୁପ୍ରିମକୋର୍ଟ ବଡଦାଣ୍ଡରେ ରଥ ଗଡିବା ନେଇ ଅନୁମତି ଦେବା ପରେ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାତି ପାହିଲେ ରଥଯାତ୍ରା ଥିବାରୁ ହାତରେ ଆଉ ସମୟ କମ । ତେଣୁ ଅଳ୍ପ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସମସ୍ତେ ଲାଗି ପଡିଛନ୍ତି ।

ସେପଟେ କଣକଣା ଭିତରେ କେମିତି କରୋନା ନିୟମ ଅନୁପାଳନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସାମାଜିକ ଦୂରତା ସହ ସମସ୍ତ ନୀତିକାନ୍ତି କରିବାକୁ ନିଷ୍ପତ୍ତି ହୋଇଛୁ । ତେବେ ଆସନ୍ତାକାଲି ଦିନ ୧୨ଟାରୁ ଗଡିବ ରଥ । ବଡଦାଣ୍ଡରେ କାଲି ମଧ୍ୟାହ୍ନ ୧୨ଟାରୁ ଟଣା ହେବ ରଥ । ସକାଳ ୭ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଏବଂ ସକାଳ ୧୦ଟାରେ ଶ୍ରୀଜିଉଙ୍କ ପହଣ୍ଡି ଶେଷ ହେବ ।

ସେହିପରି ଦିନ ୧୧ଟା ୩୦ରୁ ୧୨ଟା ୧୫ ମଧ୍ୟରେ ଛେରା ପହଁରା ହେବ । ୧୧ଟା ୪୫ରୁ ୧୨ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବ । ତେବେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।