କନକ ବ୍ୟୁରୋ : ୨୮୭ ବର୍ଷ ପରେ ବନ୍ଦ ହେବାକୁ ଯାଉଛି ରଥଯାତ୍ରା । ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁସାରେ ୧୭୩୬ ମସିହାରୁ ମହାପ୍ରଭୁ ସିଂହାସନକୁ ଫେରିବା ପରଠାରୁ କେବେ ରଥଯାତ୍ରା ବନ୍ଦ ହୋଇନାହିଁ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ରନାଥ ଦାସ । ହଇଜା ସମୟରେ ବି ପୁରୀରେ ରଥଯାତ୍ରା ହୋଇଛି । ହଇଜାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବି ରଥଯାତ୍ରା ହୋଇଛି ।
ବୈଦେଶିକ ଆକ୍ରମଣ ଯୋଗୁଁ ୧୭୩୩ରୁ ୧୭୩୬ ମହାପ୍ରଭୁ ଶ୍ରୀମନ୍ଦିରରୁ ପଳାଇ ଯାଇଥିଲେ । ତେଣୁ ସେହି ସମୟରେ ରଥଯାତ୍ରା ବନ୍ଦ ହୋଇଥିଲା । କିନ୍ତୁ ମହାପ୍ରଭୁ ସିଂହାସନକୁ ଫେରିବା ପରେ ଆଉ ରଥ ଯାତ୍ରା ବନ୍ଦ ହୋଇନାହିଁ । ଏମିତି କି ୧୭୬୬ରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବି ରଥଯାତ୍ରା ହୋଇଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/11-13.jpg)