ଆସନ୍ତାକାଲି ଦିନ ୧୨ଟାରୁ ଟଣାହେବ ରଥ । ସକାଳ ୭ରୁ ଶ୍ରୀଜିଉଙ୍କ ପହଣ୍ଡି । ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

881

କନକ ବ୍ୟୁରୋ: ଆସିଲା ରଥଯାତ୍ରା ନେଇ ନୀତିକାନ୍ତି । ଆସନ୍ତାକାଲି ଦିନ ୧୨ଟାରୁ ଗଡିବ ରଥ । ବଡଦାଣ୍ଡରେ କାଲି ମଧ୍ୟାହ୍ନ ୧୨ଟାରୁ ଟଣା ହେବ ରଥ । ସକାଳ ୭ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଏବଂ ସକାଳ ୧୦ଟାରେ ଶ୍ରୀଜିଉଙ୍କ ପହଣ୍ଡି ଶେଷ ହେବ ।

ସେହିପରି ଦିନ ୧୧ଟା ୩୦ରୁ ୧୨ଟା ୧୫ ମଧ୍ୟରେ ଛେରା ପହଁରା ହେବ । ୧୧ଟା ୪୫ରୁ ୧୨ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବ । ତେବେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।

ସେପଟେ ରାତି ପାହିଲେ ରଥଯାତ୍ରା ଥିବାରୁ କମ ସମୟ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି କରାଯାଉଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଭିତରେ କେମିତି ସୁରୁଖୁରୁରେ ରଥଯାତ୍ରାର ସମସ୍ଚ ନୀତି ହେବ ସେନେଇ ପ୍ରସ୍ତୁତି ଚାଲିଛି ।

କିଛି ସମୟ ପୂର୍ବରୁ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ କରିଛନ୍ତି ।  ଆସନ୍ତାକାଲି ରଥଯାତ୍ରାକୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳ ହେବ ସେନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସବୁ ଦ୍ୱନ୍ଦ୍ୱ ଦୂର କରି ବଡଦାଣ୍ଡରେ ରଥ ଗଡବା ନେଇ ଆଜି ସୁପ୍ରିମକୋର୍ଟ ଅନୁମତି ଦେବା ପରେ ପୁରୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବଂ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ପହଞ୍ଚି ସମୀକ୍ଷା ଆରମ୍ଭ କରିଥିଲେ ।