ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ-ଭଉଣୀଙ୍କୁ ସାଙ୍ଗରେ ଘେନି ଜନ୍ମବେଦୀକୁ ଯିବେ କାଳିଆ ଠାକୁର ।

Advertisment
ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ-ଭଉଣୀଙ୍କୁ ସାଙ୍ଗରେ ଘେନି ଜନ୍ମବେଦୀକୁ ଯିବେ କାଳିଆ ଠାକୁର ।

କନକ ବ୍ୟୁରୋ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗି ରହିଛି । ଦୂରଦୂରାନ୍ତରୁ ଧାଇଁ ଭକ୍ତ ଆସିଛନ୍ତି । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି ।

ଅସୁସ୍ଥ ଥିଲେ ମହାପ୍ରଭୁ। ସୁସ୍ଥ ହେବା ପରେ ବଡ଼ଦାଣ୍ଡକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅତ୍ୟନ୍ତ ବ୍ୟାକୁଳ ଅଛନ୍ତି। କେତେବେଳେ ସେନାପଟା ଲାଗି ସରିବ? କେତେବେଳେ ମୁଦିରସ୍ତ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବେ? କେତେବେଳେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ? କେତେବେଳେ ଘଣ୍ଟୁଆ ଘଣ୍ଟନାଦ କରିବ? କେତେବେଳେ ବାଜିବ ବିଜେ କାହାଳି? ଅପେକ୍ଷା କରିଛନ୍ତି ମହାପ୍ରଭୁ। ଶ୍ରୀ ବିଗ୍ରହଙ୍କୁ ବାମନ ରୂପରେ ଦର୍ଶନ ଦ୍ୱାରା ପୁନର୍ଜନ୍ମରୁ ମୁକ୍ତି ମିଳିବ ବୋଲି ବିଶ୍ବାସ ରହିଛି। ଏଣୁ ମହାପ୍ରଭୁଙ୍କୁ ରଥ ଉପରେ ଟିକିଏ ଆଖି ପୂରାଇ ଦର୍ଶନ କରିବା ଲାଗି ଆଜିଠାରୁ ଲକ୍ଷାଧିକ ଭକ୍ତ ଭି଼ଡ଼ ଜମାଇଛନ୍ତି ପୁରୀରେ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଦୁର୍ଲଭ ମିଳନ ଘଟିବ। ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି। ଟିକିଏ ସ୍ପର୍ଶ ପାଇଁ ଅପେକ୍ଷା କରିଛନ୍ତି ବ୍ରହ୍ମାଣ୍ଡ କର୍ତାଙ୍କୁ। ଦେବତା ହୋଇଯିବେ ତିନି ରଥ।

ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ। ଆରମ୍ଭ ହେବ, ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ବାହାରିବେ। ଏଥର ମଧ୍ୟ ଆଖି ଝଲସା ଫୁଲରେ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠିଛି ପୁଣ୍ୟଭୂମି ଶ୍ରୀକ୍ଷେତ୍ର।
ଜଗାର ଘୋଷଯାତ୍ରା ଦେଖିବା ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଆସିଛନ୍ତି । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଧାଇଁ ଆସିଛନ୍ତି ଶହ ଶହ ଭକ୍ତ । ଆଉ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଟ୍ରାଫିକ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ସହ ସୁଚାରୁ ଭାବେ ରଥଯାତ୍ରା ସଂପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ରଥଯାତ୍ରା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ଦମକଳ ବାହିନୀ, ଏନଡିଆରଏଫର ଯବାନମାନେ ମୁତୟନ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe