ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା : ଜଗନ୍ନାଥଙ୍କ ସେବାରେ ଗୁରୁଜଙ୍ଗ ଭୋଇ ପରିବାର; ରଥସଜା ପାଇଁ ସୋଲଫୁଲ ପ୍ରସ୍ତୁତିରେ ପୁରା ପରିବାର

92

କନକ ବ୍ୟୁରୋ : ଜଗନ୍ନାଥଙ୍କ ସେବାରେ ଗୁରୁଜଙ୍ଗ ଭୋଇ ପରିବାର । ରଥସଜା ପାଇଁ ସୋଲଫୁଲ ପ୍ରସ୍ତୁତିରେ ପୁରା ପରିବାର । ଆଉ ମାତ୍ର ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ତିନି ରଥରେ ଫୁଲସଜା ପାଇଁ ପୁରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ପୁରା ପରିବାର । ଜଗନ୍ନାଥଙ୍କ ପାଇଁ ଏହି ସେବା ଯୋଗାଇ ଦେଉଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ରାଜକିଶୋରଙ୍କ ପରିବାର ।

ଦୀର୍ଘ ୧୦ରୁ ୨୦ ବର୍ଷ ହେଲା ରଥଯାତ୍ରା ସମୟରେ ଯୋଗାଇ ଆସୁଛନ୍ତି ସୋଲଫୁଲ । ରଥକୁ ସୁନ୍ଦର କରି ସଜାଇବା ପାଇଁ ସୋଲଫୁଲ ବ୍ୟବହାର କରଯାଏ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଆନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ବିଭିନ୍ନ ସ୍ଥାନ ବୁଲି ବୁଲି ସୋଲ ସଂଗ୍ରହ କରିବାରେ ଲାଗିଥାଆନ୍ତି ଏହି ପରିବାର । ରାଜକିଶୋରଙ୍କ ପରିବାର ପୁରା ନିଷ୍ଠାରେ ରହିବା ସହ ନିରାମିଷ ଭୋଜନ କରନ୍ତି । ତେବେ ବଡ଼ କଥା ହେଉଛି ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଇନଥାନ୍ତି ।