କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତକାଲି ରଥର ଶେଷ କାମ ପ୍ରଭା ଓ ସିଂହାସନ କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ଗତକାଲି ଏହି କାମକୁ ଆଗେଇ ନେଇଛନ୍ତି। ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ପ୍ରଭାର ଆଗ କାମ ଆରମ୍ଭ ହୋଇଛି। ଚାଳିରେ ପ୍ରଭା କାଠ ପଡ଼ିଛି। ପ୍ରଭା ଓ ସିଂହାସନ କାମ ସରିବା ପରେ ମହାରଣା ସେବକମାନଙ୍କର ରଥକାମ ଏକପ୍ରକାର ଶେଷ ହେବ। ବାକି ଛୋଟ କାମ ସବୁକୁ ମହାରଣା ସେବକମାନେ ଆଗେଇ ନେବେ।

Advertisment

publive-image

ସେପଟେ ତିନି ରଥର ପଛିଆଣି ତାଗ ବାଡ଼ିଆ ସରିବା ପରେ ଗତକାଲିଠାରୁ ଆଗିଆଣି ତାଗ ବାଡ଼ିଆ କାମ ଆରମ୍ଭ ହୋଇଛି। ତିନି ରଥର ନଦା ଉଠିବା କାମ ବି ଶେଷ ହୋଇଛି। ଗତକାଲି ନାହାକ ସଂଯୋଗ ପରେ ପୋଟଳ ଉଠାଇବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଥିଲେ। ତେବେ କୌଣସି କାରଣରୁ ଗତକାଲି ପୋଟଳ ଉଠିବା କାମ ହୋଇପାରିନଥିଲା । ଆଜି ପୋଟଳ ଉଠିବା କାମ ଆରମ୍ଭ ହେବ। ସେପଟେ ରୂପକାର ସେବକମାନେ ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ ଦେବା କାମକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ କମାର ସେବକମାନେ ଆବଶ୍ୟକ କଣ୍ଟା କାମକୁ ତ୍ୱରାନ୍ଵିତ କରିଛନ୍ତି।