ରଥଯାତ୍ରା ପାଇଁ ପୁରୀରେ ତିଆରି ଚାଲିଛି ରଥ, ସେପଟେ ବ୍ରଜରାଜନଗରରେ ଚାଲିଛି ରଥର ବ୍ରେକ କାମ

ରଥଯାତ୍ରା ପାଇଁ ପୁରୀରେ ତିଆରି ଚାଲିଛି ରଥ, ସେପଟେ ବ୍ରଜରାଜନଗରରେ ଚାଲିଛି ରଥର ବ୍ରେକ କାମ
କନକ ବ୍ୟୁରୋ : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାମ ଚାଲିଥିବା ବେଳେ ଉକ୍ତ ରଥର ବ୍ରେକ୍ ନିର୍ମାଣ କାମ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ରବିବାର ଠାରୁ ଆରମ୍ଭ ହୋଇଛି। ୨୦୦୮ ମସିହାରୁ ବ୍ରଜରାନଗରରେ ପ୍ରତି ବର୍ଷ ଏହା ନିର୍ମାଣ ହୋଇଥାଏ। ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ବ୍ରେକ ନିର୍ମାଣ କରୁଥିବା ଏମ୍ସିଏଲର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଅଶ୍ୱିନୀ ମିଶ୍ର ଓ ତାଙ୍କ ଟିମ କାମ ଆରମ୍ଭ କରି ଦେଇଛନ୍ତି। ୩ଟି ଯାକ ରଥ ବ୍ରେକ ନିର୍ମାଣ ପାଇଁ  ଆବଶ୍ୟକ ଜୁଖିଆ କଣ୍ଟା ଓ ଠୁରି କଣ୍ଟା ଜଗୁ ଲୁହାର ଓ ତାଙ୍କ ବଡ଼ ଭାଇ ମାଗୁ ଲୁହାର ମଧ୍ୟ ତିଆରି ଆରମ୍ଭ କରିଛନ୍ତି। ଏହା ସହିତ ବ୍ରେକ ପାଇଁ ଆବଶ୍ୟକ ନାଇଲନ ବେଲ୍ଟ ଆସିଯାଇଛି।
publive-imageଉକ୍ତ ବେଲ୍ଟରୁ ୯ ଇଞ୍ଚ ଚଉଡ଼ା ଓ ୩୦ ଇଞ୍ଚ ଲମ୍ବର ୨୪ ଖଣ୍ଡ ବେଣ୍ଡ ପ୍ରସ୍ତୁତ କରାଯିବ ବୋଲି ଜଗୁ ଲୁହାର କହିଛନ୍ତି। ପ୍ରତି ରଥରେ ଥିବା କାଠ ବ୍ରେକରେ ନାଇଲନ ବେଣ୍ଡ ୮ ଖଣ୍ଡ ଲେଖାଏଁ ଲାଗି ସେଥିରେ ଠୁରି କଣ୍ଟା ଓ ଜୁଖିଆ କଣ୍ଟା ପିଟା ହେବ। ରଥର ବ୍ରେକ ମାରିଲେ ଏହି ନାଇଲନ୍ ବେଣ୍ଡ ବଡ଼ଦାଣ୍ଡର ସିମେଣ୍ଟ କଂକ୍ରିଟ୍ ସହ ଘର୍ଷଣ ହେବା ଯୋଗୁ ରଥ ଆଗକୁ ଯାଇପାରିବ ନାହିଁ। ଏହା ସହିତ ନାଇଲନ୍ ବେଣ୍ଡ ଉପରେ ମରା ହେଲେ ରଥ ଚକର କ୍ଷତି ହୁଏ ନାହିଁ। ଏଥି ସହ ବ୍ରେକ୍ ଦ୍ବାରା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରବ ବୋଲି ଇଂ. ଶ୍ରୀ ମିଶ୍ର କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe