କନକ ବ୍ୟୁରୋ : ରଥଯାତ୍ରା ଯେତେ ପାଖେଇ ଆସୁଛି, ସେହି ଅନୁସାରେ ରଥଖଳା ଚଳଚଞ୍ଚଳ ହୋଇ ଉଠୁଛି। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ମହାରଣା ସେବକମାନେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ କରିଛନ୍ତି। ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ପୂର୍ବରୁ ଭୋଇ ସେବକମାନେ ଆବଶ୍ୟକ କାଠ ଯୋଗାଇ ଦେବା ପରେ ମହାରଣା ସେବକମାନେ ତୁମ୍ବ ପ୍ରସ୍ତୁତ କରିଥିଲେ। ଏ ଭିତରେ ତୁମ୍ବ ପ୍ରସ୍ତୁତ ସରିଛି। ଏ ଭିତରେ ମହାରଣା ସେବକମାନେ ବିନ୍ଧ କାର୍ଯ୍ୟ ବି ଆଗେଇ ନେଇଛନ୍ତି।
ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ। ସେପଟେ ରଥ ନିର୍ମାଣ ପାଇଁ ଦୋଳବେଦି କମାରଶାଳ ବି ଚଳଚଞ୍ଚଳ ହୋଇ ଉଠିଛି। ତେବେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥକାମ ଜୋରଦାର ହେବାରେ ଲାଗିଛି । ବିଧି ଅନୁସାରେ ଯେଉଁ ଦିନ ଯେଉଁ କାର୍ଯ୍ୟ ହେବା ସେହି ଅନୁସାରେ ରଥକାମ ଚାଲିଥିବା ନେଇ ମହାରଣା ସେବକ ମାନେ କହିଛନ୍ତି । ତେବେ ସଠିକ ସମୟରେ କାମ ସରିବ ବୋଲି ମଧ୍ୟ ସେମାନେ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/rath-khala.jpg)