ପୁରୀ ସହରକୁ ସିଲ କରି ବିନା ଭକ୍ତରେ କରାଯାଉ ରଥଯାତ୍ରା: ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଲେ, ଅନୁଷ୍ଠିତ ହେଉ ମହାପ୍ରଭୁଙ୍କ ନୀତିକାନ୍ତି; ରଥ ଟାଣିବେ ପୁଲିସ ଓ ସେବାୟତ

ଘରେ ରହି ଟିଭିରେ ରଥଯାତ୍ରା ଦେଖିବେ ଭକ୍ତ

208

କନକ ବ୍ୟୁରୋ: ବିନା ଭକ୍ତରେ କରାଯାଉ ରଥଯାତ୍ରା । ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରା ହେବା ଆବଶ୍ୟକ ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର ସୂଚନା ଦେଇଛନ୍ତି । ପୁରୀ ସହରକୁ ଚାରିପଟୁ ସିଲ କରି ବିନା ଭକ୍ତରେ ରଥଯାତ୍ରା କରାଯାଉ । ଏମିତିିକ ପୁରୀ ବାସୀ ମଧ୍ୟ ଟିଭିରେ ରଥଯାତ୍ରା ଦେଖନ୍ତୁ । ପୁଲିସ ଓ ସେବାୟତ ମାନେ ରଥ ଟାଣନ୍ତୁ ବୋଲି କହିଛନ୍ତି ରଘୁନାଥ ମହାପାତ୍ର ।

କିଛି ସେବାୟତ ରଥ ଉପରେ ରୁହନ୍ତୁ ଏବଂ ଆଉ କିଛି ସେବାୟତ ରଥ ଟାଣନ୍ତୁ । ରଥଯାତ୍ରା ନେଇ ସବୁ କିଛି ଚୂଡାନ୍ତ ହୋଇସାରିଥିବା ସେ କହିଛନ୍ତି । ପ୍ରଭୁଙ୍କ ଇଚ୍ଚା ସେ ଚାହିଁଲେ ରଥଯାତ୍ରା ହେବ ନହେବ । ପରିସ୍ଥିତି ଯନି ଅତି ଖରାପ ହୁଏ ତେବେ ନହେଲେ ନହେବ ସେଥିରେ କିଛି ଅସୁବିଧା ନାହିଁ । ପାତାଳି ହେବା ସମୟରେ ବି ରଥଯାତ୍ରା ହୋଇପାରିନଥିଲା ବୋଲି ରଘୁନାଥ ମହାପାତ୍ର କହିଛନ୍ତି ।