ରଥଯାତ୍ରା ପାଇଁ ନୀତି ନିର୍ଘଂଟ ଚୂଡ଼ାନ୍ତ । କରୋନା କଟକଣା ଭିତରେ ସକାଳ ସାଢ଼େ ୮ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା 

111

କନକ ବ୍ୟୁରୋ: ଏଥର ବି ଏହିଭଳି ହେବ ରଥଯାତ୍ରା । ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । କୋଭିଡ କଟକଣା ସହ  ୧୪୪ ଧାରା ଜାରି କରାଯାଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨୪ରେ  ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ  । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା  ୫ଟାରେ ବାହୁଡା  ପହଣ୍ଡି ହେବ ।  ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ମହାପ୍ରସାଦ ହେବ ନାହିଁ । କେବଳ  ସେବକଙ୍କ ପରିବାର ପାଇଁ ପ୍ରସ୍ତୁତ ହେବ ମହାପ୍ରସାଦ ।

ସ୍ନାନପୂର୍ଣ୍ଣିମା ପରେ ଜୁଲାଇ ୧୨ରେ ଘୋଷଯାତ୍ରା ।  ସକାଳ ୮ଟାରେ ରଥପ୍ରତିଷ୍ଠା କରାଯାଇ  ୮.୩୦ରେ ପହଣ୍ଡି ଆରମ୍ଭ ହେବ ।  ଅପରାହ୍ନ  ୨ଟାରେ  ଗଜପତି ଛେରାପହଁରା କରିବେ ଓ ୩ଟାରେ  ରଥଟଣା ପାଇଁ ନୀତିନିର୍ଘଟ ଚୂଡାନ୍ତ ହୋଇଛି ।  ଜୁଲାଇ ୨୦ରେ ବାହୁଡାଯାତ୍ରା  । ଏହିଦିନ ୧୨ଟାରୁ ୨ଟା ୩୦  ଯାଏଁ ହେବ ପହଣ୍ଡି ।  ଅପରାହ୍ନ ୪ଟାରେ ରଥଟଣା ପାଇଁ ସ୍ଥିର ହୋଇଛି ।

ଜୁଲାଇ ୨୧ରେ  ସୁନାବେଶ ପାଇଁ ଅପରାହ୍ନ ୪ଟାରୁ  ୫ଟା ୩୦ ଭିତରେ ବେଶ ଶେଷ ହେବ ।  ରାତି ୧୧ଟାରୁ  ରାତି ୧୨ଟା  ମଧ୍ୟରେ ବେଶ ଓଲାଗି କରାଯିବ ।   ଜୁଲାଇ ୨୩ରେ ନୀଳାଦ୍ରି ବିଜେ  । ଏହିଦିନ ଅପରାହ୍ନ ୪ଟାରେ  ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ ।  ସ୍ନାନପୂର୍ଣ୍ଣିମା ପାଇଁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଏହିଭଳି ୪ପର୍ଯ୍ୟାୟରେ ଟେଷ୍ଟ ହେବ ।  କେବଳ ନେଗେଟିଭ ଆସିଥିବା  ସେବାୟତ ହିଁ ଏଥିରେ ସାମିଲ ହୋଇପାରିବେ ।

ସ୍ନାନପୂର୍ଣ୍ଣିମା ନୀତି 

  • ରାତି ଗୋଟାଏରୁ ପହଣ୍ଡି ଆରମ୍ଭ
  • ଦିନ ୧୧ଟାରେ ଗଜାନନ ବେଶ ଓ ସନ୍ଧ୍ୟା  ୫ଟାରେ ବାହୁଡା  ପହଣ୍ଡି
  • ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ମହାପ୍ରସାଦ ହେବ ନାହିଁ
  •  କେବଳ  ସେବକଙ୍କ ପରିବାର ପାଇଁ ହେବ ମହାପ୍ରସାଦ

ରଥଯାତ୍ରା ନୀତିନିର୍ଘଣ୍ଟ 

  • ସକାଳ ୮ଟାରେ ରଥପ୍ରତିଷ୍ଠା କରାଯାଇ  ୮.୩୦ରେ ପହଣ୍ଡି ଆରମ୍ଭ
  • ଅପରାହ୍ନ  ୨ଟାରେ ଛେରାପହଁରା ଓ ୩ଟାରେ  ରଥଟଣା

ବାହୁଡାଯାତ୍ରା ନୀତିନିର୍ଘଣ୍ଟ 

  • ଦିନ ୧୨ଟାରୁ ୨ଟା ୩୦  ଯାଏଁ ପହଣ୍ଡି
  •  ଅପରାହ୍ନ ୪ଟାରେ ରଥଟଣା

ସୁନାବେଶ 

  • ସୁନାବେଶ ପାଇଁ ଅପରାହ୍ନ ୪ଟାରୁ  ୫ଟା ୩୦ ଭିତରେ ବେଶ ଶେଷ
  • ରାତି ୧୧ଟାରୁ  ରାତି ୧୨ଟା  ମଧ୍ୟରେ ବେଶ ଓଲାଗି

ନୀଳାଦ୍ରି ବିଜେ 

  •  ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ