କନକ ବ୍ୟୁରୋ: ରଥଯାତ୍ରା ପାଇଁ ପ୍ରସ୍ତୁତି । ଆଜି ପୁରୀରେ ବସିବ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରୁ ୧୨ ଟା ଯାଏଁ ବୈଠକ ହେବ ।
ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ବଦଳରେ ଚୁଡିମାଡ଼ କରିବାକୁ କିଛି କଂଗ୍ରେସ କର୍ମୀ ଯୋଜନା କରିଥିବା ସୂଚନା ମିଳିଛି । ଏହାପରେ ପ୍ରଶାସନର ଚିନ୍ତା ବଢିଯାଇଛି । ଏନେଇ ସୂଚନା ମିଳିବା ପରେ ଗତକାଲି ରାତିରେ ପୋଲିସ କିଛି କଂଗ୍ରେସ କର୍ମୀଙ୍କ ଘରେ ଚଢାଉ କରିଥିବା ସୂଚନା ମିଳିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-17-08h08m55s890.png)