ସ୍ୱଦେଣ ହେଉ କି ବିଦେଶ କାଳିଆର ଭାବ ଯାହା ସଙ୍ଗେ ଲାଗିଛି ସେ ତା ମହକରୁ ଦୂରେଇ ଯାଇପାରିନି । ବର୍ଷେ ପରେ ପୁଣି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଭକ୍ତମାନଙ୍କ ପାଖକୁ ବାହୁଡି ଆସିବେ ପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରଭୁଙ୍କୁ ପାଛୋଟି ନେବା ପାଇଁ କେବଳ ଓଡିଶା କିମ୍ବା ଭାରତ ନୁହଁ ବିଦେଶରେ ମଧ୍ୟ ଚାହିଁରହିଛନ୍ତି ଭକ୍ତ ।

Advertisment

publive-image

ଗତବର୍ଷ ଆମେରିକା , କେନିୟା,ୟୁକେ,ବାଙ୍ଗଲାଦେଶ,ମିୟାଁମାରରେ ଜାକଜକମରେ ରଥଯାତ୍ରା ଉତ୍ସବକୁ ପାଳନ କରାଯାଇଥିଲା ଏବଂ ଏ ଭିତରେ ଆଶ୍ଚର୍ଯ୍ୟର ବିଷୟ ହୋଇଥିଲା ପାକିସ୍ତାନରେ ରଥଯାତ୍ରା ପାଳନ କରିବା । କାହାରିକୁ ଅଛପା ନୁହେଁ ଯେ ଭାରତର ଅହିନକୁଳ ସଂପର୍କ ରହିଛି ପାକିସ୍ତାନ ସହ । ତେବେ ଭଗବାନଙ୍କ ପ୍ରଗାଢ ଭକ୍ତି ଆଗରେ କୌଣସି ସଂପର୍କ ତିକ୍ତତା ଆଦି କିଛି ଦେଖାଯାଇନଥିଲା ।

publive-image

ସୋସିଆଲ୍ ମିଡିଆରେ ପାକିସ୍ତାନରେ ରଥଯାତ୍ରା ପାଳନ କରିବାର ଏକ ଭିଡିଓ ମଧ୍ୟ ଭାଇରାଲ୍ କରାଯାଇଥିଲା । ଯେଉଁଠି ପାଲିଙ୍କି ବାହାର କରି ଲୋକମାନେ ହରି ବୋଲ୍ , ଜୟ ଜଗନ୍ନାଥ ବୋଲି ଗୁହାରୀ କରିବା ସହ ଲୋକଙ୍କୁ ଭାଇଜାନ୍ କହୁଥିବାର ମଧ୍ୟ ଦେଖାଯାଇଥିଲା । ସୁରକ୍ଷାବଳ ସହ ପାକିସ୍ତାନରେ ରହୁଥିବା ହିନ୍ଦୁ ବୈକୁଣ୍ଠଧାମ ଭକ୍ତ ସମାଜ (ଗୁଡିଆ ମଠ) କରାଚୀରେ ରଥଯାତ୍ରା ପାଳନ କରିଥିଲେ । ୨୦୧୫ ମସିହାରେ ପାକିସ୍ତାନ ଇସ୍କନରେ ମଧ୍ୟ ରଥଯାତ୍ରା ପାଳନ କରାଯାଇଥିଲା । ଉତ୍ସବରେ ୫୦୦ ରୁ ଅଧିକ ହିନ୍ଦୁ ଯୋଗ ଦେଇଥିଲେ ।

publive-image