ଆଜି ରଥଯାତ୍ରା ଶେଷ ସମନ୍ୱୟ ବୈଠକ; ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ପାଇଁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଚିଠି ।

74

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ରଥ ସମୀକ୍ଷା ଆଜି ବସୁଛି ଶେଷ ରଥଯାତ୍ରା ସମନ୍ୱୟ ବୈଠକ। ଦିନ ୧୧ଟା ୧୫ରେ ଟାଉନ୍ ହଲରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବୁଝିବେ ମୁଖ୍ୟମନ୍ତ୍ରୀ।

ରଥଯାତ୍ରା ନୀତି ଶୃଙ୍ଖଳିତ ଭାବେ କରିବା ଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। ତେବେ ରଥଯାତ୍ରା ସୁରକ୍ଷା ପାଇଁ ବୈଠକ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ୪ ଅତିରକ୍ତ ଡିଜି ପାହ୍ୟା ଅଧିକାରୀ, ୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀଙ୍କ ସହ ୧୩୦ ଜଣ ଇନସ୍ପେକ୍ଟର, ୬୭୫ ଜଣ ଏଏସଆଇ ମୁତୟନ ହେବେ । କେନ୍ଦ୍ରକୁ ୫ କମ୍ପାନି ରାପିଡ ଆକ୍ସନ ଫୋର୍ସ ପାଇଁ ଚିଠି ଲେଖାଯାଇଛି । ସେପଟେ ପାର୍କିଂ ସ୍ଥାନର ଅନୁଧ୍ୟାନ ପାଇଁ ଡ୍ରୋନ ଯୋଗେ ନଜର ରଖାଯିବ । ଲୋକଙ୍କ ସୁବିଧା ପାଇଁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯିବ । ଚଳିତ ବର୍ଷ ଦୁଇ ଦିନ ରଥ ଟଣା ହେବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ସମେତ ବହୁ ବଶିଷ୍ଟ ଅତିଥି ଶୀକ୍ଷେତ୍ର ଆସିବେ । ତେଣୁ ସୁରକ୍ଷା ବ୍ୟବସ୍ଥା ବଡ଼ ଚାଲେଞ୍ଜ ହୋଇଛି ।