କନକ ବ୍ୟୁରୋ: ବଡଦାଣ୍ଡରେ ଅଟକିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଗତକାଲି ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ରଥ ଟଣାଯାଇଥିବାବେଳେ, ଆଜି ଗୁଣ୍ଡିଚା ଯାତ୍ରା ଅଭିମୁଖେ ଯାତ୍ରା କରିବେ ୩ ରଥ । ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନେଇ ଜନ୍ମବେଦୀକୁ କରିବେ ଯାତ୍ରା । ଏନେଇ ପୁରୀରେ ଆଗେଇ ଚାଲିଛି ପ୍ରସ୍ତୁତି । ପ୍ରଥମେ ରଥ ଉପରେ ନୀତିକାନ୍ତି କରାଯିବା ପରେ ରଥଟଣା ଆରମ୍ଭ ହେବ ।