କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ , ତାହା ନିର୍ଭର କରୁଛି ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ । ରଥଯାତ୍ରାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଆଜି ଉଚ୍ଚତମ ନ୍ୟାୟାଳୟ ଶୁଣାଣି କରିପାରନ୍ତି । ଓଡିଶା ବିକାଶ ପରିଷଦ, ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଆବେଦନ କରି ଏହା ଉପରେ ନିଷ୍ପତି ନେବାକୁ ଅନୁରୋଧ କରିଛି । ରଥଯାତ୍ରା ହେଲେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ନାହିଁ ବୋଲି ଆବେଦନରେ କୁହାଯାଇଛି । ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଆଇନଜୀବୀ ରଂଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।
ଆବେଦନରେ କେନ୍ଦ୍ର ସରକାର, ରାଜ୍ୟ ସରକାର , ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଛି । ଅବେଦନକାରୀ ପୂର୍ବରୁ ରଥଯାତ୍ରା ବନ୍ଦ କରିବା ପାଇଁ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ରାୟରେ କହିଥିଲେ ଯେ, ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କିନ୍ତୁ ରାଜ୍ୟ ସରକାର ଏଯାଏ କିଛି ବି ସ୍ପଷ୍ଟ କରିନାହାଁନ୍ତି । ରଥଯାତ୍ରା ହେଲେ କିଭଳି ସାମାଜିକ ଦୂରତ୍ୱ ରକ୍ଷା ହୋଇପାରିବ ବୋଲି ଆଶଙ୍କା କରି ସୁପ୍ରିମକୋର୍ଟ ଯାଇଛନ୍ତି ଆବେଦନକାରୀ । ତେଣୁ ରଥଯାତ୍ରା ହେବ କି ନାହିଁ , ତାହା ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରୁଛି ।
ଏପଟେ ରଥଯାତ୍ରା ବନ୍ଦ କରିବା ପାଇଁ ଓଡିଶା ହାଇକୋର୍ଟରେ ଆବେଦନ କରିବା ପରେ ଆଜି ପୁଣି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାୟର କରିବେ ବୋଲି ଆବେଦନକାରୀ କହିଛନ୍ତି । ଓଡିଶା ହାଇକୋର୍ଟ, ହାତୀ ଦ୍ୱାରା ରଥ ଟାଣିବା ପାଇଁ ଓଡିଶା ସରକାର ବିଚାର କରିପାରନ୍ତି ବୋଲି କହିବା ପରେ, ଶୁଦ୍ଧ ସୁଆର ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କହିଛନ୍ତି, ହାତୀ ଦ୍ୱାରା ରଥ ଟଣାଯାଇ ପାରିବ, କିନ୍ତୁ ମେସିନ ଦ୍ୱାରା ନୁହେଁ । ହାତୀ ଦ୍ୱାରା ରଥଟଣା ଯିବା, ହୁଏତ ଆଜିର ଦିନରେ ଅବାସ୍ତବ ଭଳି ଲାଗିପାରେ । ଆମେ ଆପଣଙ୍କୁ ଦେଖାଉଛୁ ୯୪ ବର୍ଷ ତଳର ସେହି ଦୃଶ୍ୟ, ଯେତେବେଳେ ଶ୍ରୀଜୀଉଙ୍କ ରଥକୁ ଟାଣୁ ଥିଲେ ଗଜରାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/india_supreme_court_xl8-1.jpg)