ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରୁ କମାରଶାଳ । ଚାଲିଛି ପୋଲଗୟଳ ହଣା ସହ ଫ୍ରେମ କାମ । ସ୍ନାନ ପୂର୍ଣ୍ଣିମାରେ ଉଠିବ ୩ ରଥର ୪ ନାହାକା ।

106

କନକ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାରୁଢ କରିବା ପାଇଁ ଚାଲିଛି ରଥ ନିର୍ମାଣ । ସେପଟେ ଜୁନ୍ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା ପାଇଁ ବି ପ୍ରସ୍ତୁତି କରାଯାଉଛି । ରଥଖଳାରେ  ପୋଲଗୟଳ ହଣା ସହ ଫ୍ରେମ କାମରେ ଲାଗିଛନ୍ତି ସେବାୟତ । ଏଥିପାଇଁ ଦଣ୍ଡା କାଠ ଯୋଗାଇ ଦିଆଯାଉଛି । ସ୍ନାନ ବେଦୀରେ ବ୍ୟବହୃତ ପାଇଁ ୨ଟି ଲେଖାଏଁ ଅଂଜନା ଖୁଂଟି, ୩ଟି କୁରୁମ ପିଢା, ୩ଟି ସୁଧୁସୁଆର ପିଢା ସହ ୩ଟି ବେଶ ଘୋଡିଆ ନିର୍ମାଣ କରାଯାଉଛି । ପରମ୍ପରା ଅନୁସାରେ, ସ୍ନାନ ପୂର୍ଣ୍ଣିମା ଦିନ ୩ ରଥର ୪ ନାହାକା ଉଠିବ । ସେଥିପାଇଁ ରଥଖଳାରୁ ଆରମ୍ଭ କରି କମାର ଶାଳରେ କାମରେ ଲାଗିଛନ୍ତି ସେବାୟତ । କରୋନା କାଳରେ ମହାପ୍ରଭୁଙ୍କ ସେବା କରିବା ଗର୍ବର କଥା ବୋଲି କୁହନ୍ତି ବିଶ୍ୱକର୍ମା ସେବାୟତ ।