କନକ ବ୍ୟୁରୋ : ଏବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ରଥଯାତ୍ରାରେ କେଉଁମାନେ ସାମିଲ ହୋଇପାରିବେ ଏନେଇ ସବିଶେଷ ସୂଚନା ଏସଆରସି ପକ୍ଷରୁ ଦିଆଯାଇଛି । ରଥଯାତ୍ରାରେ କୌଣସି ଭକ୍ତ ସାମିଲ ହୋଇପାରିବେ ନାହିଁ । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ ।
ସେହିଭଳି ଗୋଟିଏ ରଥରେ ୫୦୦ ସେବାୟତରୁ ଅଧିକ ରହିବେ ନାହିଁ । ଯେଉଁ ସେବାୟତ ଭ୍ୟାକ୍ସିନ ନେଇଥିବେ ସେମାନେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରାରେ ସାମିଲ ହୋଇପାରିବେ । ଏହା ବାଦ୍ ୪୮ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ସେବାୟତ ମଧ୍ୟ ରଥଯାତ୍ରାରେ ସାମିଲ ହୋଇପାରିବେ । ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ସମ୍ପନ୍ନ ହେବ । ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/25-3.jpg)