ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର : ଭର୍ଚୁଆଲ ମାଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର : ଭର୍ଚୁଆଲ ମାଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ତୃତୀୟ ସମନ୍ୱୟ କମିଟି ବୈଠକ ବସୁଛି । ପୁରୀ ଟାଉନ୍ ହଲରେ ଦିନ ୧୧ଟାରେ ବୈଠକ ଆରମ୍ଭ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ସ୍ୱାସ୍ଥ୍ୟ, ଗମନାଗମନ, ରାସ୍ତାଘାଟ, ରଥ ନିର୍ମାଣ ଆଦିର ବିସ୍ତୃତ ସମୀକ୍ଷା ହେବ ।

ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ଅନ୍ୟପଟେ ବିଭିନ୍ନ ବିଭାଗର ଏକାଧିକ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର ନୀତିକାନ୍ତି, ପହଣ୍ଡି, ରଥଟଣା,ଗହଳି ନିୟନ୍ତ୍ରଣ, ଲକ୍ଷଲକ୍ଷ ଭକ୍ତଙ୍କ ଗହଳିକୁ ନେଇ ଆନୁସଙ୍ଗିକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ, ଜଳସିଂଚନ, ଭିଆଇପି ଦର୍ଶନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe